ବନ୍ଧୁକ ମୁନରେ ଲୁଟ୍, ଘରେ ପଶି ଟଙ୍କା ସହ ୨୦ଭରି ସୁନାଗହଣା ଲୁଟିନେଲେ ଡକାୟତ

ବାଲେଶ୍ୱର (କେନ୍ୟୁଜ୍) : ବନ୍ଧୁକ ମୁନରେ ଲୁଟ୍। ଘରେ ପଶି ଟଙ୍କା ସହ ୨୦ଭରି ସୁନାଗହଣା ଲୁଟିନେଲେ ଡକାୟତ। ବାଲେଶ୍ୱର ବଡ଼ସାହି ରତ୍ନପୁରରେ ବିଳମ୍ବିତ ରାତିରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ୪ଜଣ ଡକାୟତ ମାରଣାସ୍ତ୍ର ଧରି ସୁଶାନ୍ତ ମହାର୍ନାଙ୍କ ଘରେ ପଶି ଲୁଟପାଟ୍ କରିଛନ୍ତି। ଖବର ପାଇ ଦୁର୍ଗାଦେବୀ ଫାଣ୍ଡି ପୋଲିସ ଓ ବଡସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।