ପ୍ରେମିକା ଥିଲା ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ, କଟକ ଚୌଦ୍ୱାର ଏନ୍‌କାଉଣ୍ଟର ଘଟଣାରେ ଡିସିପିଙ୍କ ବଡ ଖୁଲାସା

କଟକ(କେନ୍ୟୁଜ୍) : କଟକ ଚୌଦ୍ୱାର ଏନ୍‌କାଉଣ୍ଟ ଘଟଣାରେ ଡିସିପିଙ୍କ ନୂଆ ଖୁଲାସା । ଏନ୍‌କାଉଣ୍ଟରରେ ଆହତ ଅଜୟ ସାହୁ ଅରଫ୍ ଜିତୁକୁ ସହଯୋଗ କରୁଥିଲା ତାର ଗର୍ଲଫ୍ରେଣ୍ଡ । ପ୍ରେମିକା ଥିଲା ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ । ଜିତୁକୁ ଲୁଟ୍‌ରେ ସହଯୋଗ କରୁଥିଲା ଗର୍ଲଫ୍ରେଣ୍ଡ । କେବଳ ଗର୍ଲଫ୍ରେଣ୍ଡ ନୁହଁ, ଡକାୟତି ପାଇଁ ସହଯୋଗ କରୁଥିଲେ ତାର ଭଉଣୀ ଓ ମାଆ । ଏହି ତିନି ଜଣଙ୍କୁ ଗିରଫ କରିଛି ପୋଲିସ ।

WhatsAppଅଜୟ ସାହୁ ଲୁଟ୍ କରି ଆଣୁଥିବା ଅଳଙ୍କାରକୁ ଲୁଚାଇ ରଖୁଥିଲା ତାର ପ୍ରେମିକା । ପୋଲିସର ଗତିବିଧି ସଂପର୍କରେ ପ୍ରେମିକା ଜିତୁକୁ ଖବର ଦେଉଥିଲା । ନିଛାଟିଆ ରାସ୍ତା ଓ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ । ଲୁଟ୍ କରି ଅଟୋ ଡ୍ରାଇଭରରୁ ଦୁଇଟି କାରର ମାଲିକ ହୋଇଛନ୍ତି । ଏସବୁ ଗାଡ଼ିକୁ ଜବତ କରିଛି ପୋଲିସ । ଗତକାଲି ଜିତୁକୁ ଏନ୍‌କାଉଣ୍ଟର କରାଯାଇଥିବା ବେଳେ ଆଜି ଭୋରରେ ମୁନା ଦେହୁରୀକୁ ଏନ୍‌କାଉଣ୍ଟର କରିଛି ପୋଲିସ । ଧବଳେଶ୍ୱର ରୋଡ ନିକଟରେ ଏନକାଉଣ୍ଟର୍ ହୋଇଛି । ତାଠାରୁ 9MM ପିସ୍ତଲ ଓ ଗୁଳି ଭର୍ତ୍ତି ମାଗାଜିନ୍ ଜବତ କରିଛି ପୋଲିସ । ଗତ ୨୪ ତାରିଖରେ କଟକରେ ହୋଇଥିବା ଲୁଟ୍ ଘଟଣାର ଅନ୍ୟତମ ଅଭିଯୁକ୍ତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.