ସୋର(କେନ୍ୟୁଜ): ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଏକ ଲୁଗା ଦୋକାନରୁ ଅଭିନବ ଉପାୟରେ ୬୦ ହଜାର ଟଙ୍କା ଲୁଟିନେଲେ ଲୁଟେରା । ସୋର ଆଶ୍ରମ ଛକ ନିକଟରେ ଥିବା ଲାଇଫ୍ ଷ୍ଟାଇଲ୍ ଲୁଗା ଦୋକାନରୁ ଆଜି ସନ୍ଧ୍ୟାରେ ୪ ଜଣ ଲୁଟେରା ଆପାଚି ଓ ପଲସର୍ ବାଇକ୍ ରେ ଆସି ଲୁଗା କିଣିବା ବାହାନା କରି ଦୋକାନରେ ପଶି ଲୁଗା କିଣିଥିଲେ । ପରେ ଲୁଗା କିଣା ବାବଦକୁ ଟଙ୍କା ୫ ଶହ ଦେଇଥିଲେ। ଦୋକାନୀ ଜଣକ ଶହେ ଟଙ୍କା ଫେରସ୍ତ କଲା ବେଳେ ୨ ଖଣ୍ଡ ନମ୍ବର ଥିବା ୫୦ ଟଙ୍କିଆ ଲୁଟେରା ଜଣକ ମାଗିଥିଲେ।
ଫଳରେ ଦୋକାନୀ ଜଣକ ୫୦ ଟଙ୍କିଆ ବାହାର କରୁଥିବା ସମୟରେ ଲୁଟେରା ଜଣକ ଦୋକାନୀଙ୍କ କ୍ୟାସ ବାକ୍ସରେ ଥିବା ପୁରା ୫ ଶହ ଟଙ୍କିଆ ବଣ୍ଡଲ ଉଠାଇ ଫେରାର ହୋଇଯାଇଥିଲେ । ଲୁଗା ଦୋକାନୀ ମାଲିକ ରାଜେନ୍ଦ୍ର ଅଗ୍ରୱାଲ ସୋର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ୍ ଛାନ୍ ଭିନ୍ ଆରମ୍ଭ କରିଛି ।