ଫାଇନାନ୍ସ କାର୍ଯ୍ୟାଳୟରୁ ଲୁଟ୍, କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟି ନେଲେ ଅଢେଇ ଲକ୍ଷ
କନ୍ଧମାଳ : ଗୁଳି ଫୁଟାଇ ଫାଇନାନ୍ସ କାର୍ଯ୍ୟାଳୟରୁ ଲୁଟ୍ । କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଅଢେଇ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ।କନ୍ଧମାଳ ଜିଲ୍ଲା ଫୁଲବାଣୀ ସାହି ନିକଟରେ ଥିବା ଫାଇନାନ୍ସ କାର୍ଯ୍ୟାଳୟରୁ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ କାର୍ଯ୍ୟାଳୟରେ ପଶି ଟଙ୍କା ଲୁଟିନେଲେ ୩ ଦୁର୍ବୃତ୍ତ । ଦୁଇ ଆହତ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ଆଳି ଅଙ୍ଗାରଖ ଗାଁରେ ଗତକାଲି ରାତି ପ୍ରାୟ ସାଢ଼େ ୮ ଟା ବେଳେ ସଶସ୍ତ୍ର ଡକାୟତି ହୋଇଛି । ଶ୍ବଶୁର ଓ ବୋହୂଙ୍କୁ ଭୁଜାଲିରେ ହାଣି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଶ୍ବଶୁର ଓ ବୋହୂ ଭୁଜାଲି ମାଡ଼ରେ ଗୁରୁତର ହୋଇଛନ୍ତି ।
ସମାନ ଘଟଣା ବି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଭଣ୍ଡାରିପୋଖରୀର ବଡ଼ ନପଙ୍ଗ ଗାଁରେ ମାଧବ ସେଠୀଙ୍କ ଘରେ ଡକାୟତି ହୋଇଛି । ୪ଜଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଭୁଜାଲିରେ ଆକ୍ରମଣ କରି ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ମହିଳାଙ୍କ ସହ ୪ ଆହତ ହୋଇଛନ୍ତି ।