ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି, ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ଶୈଳଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗିବା ସହିତ ଶ୍ରୀଜୀଉଙ୍କ ୩ଟି ମଥାମଣି ଲୁଟିନେଲେ ଦୁର୍ବୃତ୍ତ । ମନ୍ଦିର ପୂଜକ ନୀତିକାନ୍ତି ପାଇଁ ଆସି ଲୁଟ ହୋଇଥିବା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ ।
ଚୋରମାନେ ମନ୍ଦିରର ଅନ୍ୟ ତାଲା ଗୁଡିକ ଭାଙ୍ଗିଛନ୍ତି । କିନ୍ତୁ ପିତଳ ଓ ଅନ୍ୟାନ୍ୟ ଜିନିଷ ଗୁଡିକୁ ଛାଡି ଯାଇଛନ୍ତି କିନ୍ତୁ ମନ୍ଦିରରେ ଲାଗିଥିବା CCTV କାମ କରୁନଥିବାରୁ ତଦନ୍ତ ବାଧାପ୍ରାପ୍ତ ହୋଇଛି । ମନ୍ଦିରର ପରିଚାଳନାରେ ତ୍ରୁଟି ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଜଗନ୍ନାଥ ପ୍ରେମୀ । ଯଥା ଶୀଘ୍ର ଚୋରକୁ ଧରିବା ଏବଂ ଠାକୁରଙ୍କ ଜିନିଷ ଉଦ୍ଧାର କରିବା ପାଇଁ ଦାବି କରି ଧାରଣାରେ ଶ୍ରଦ୍ଧାଳୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।