ମା କିଚକେଶ୍ୱରୀଙ୍କ ମନ୍ଦିରରେ ଚୋରି, ତାଲା ଭାଙ୍ଗି କଳାକନା ବୁଲାଇଦେଲେ ଲୁଟେରା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କ ମନ୍ଦିର ଚୋରି ।  ଗତ କାଲି ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିର ଦାନ ହୁଣ୍ଡି ଭାଙ୍ଗିବା ସହିତ ଖିଚିଂ ସଂଗ୍ରହାଳୟରେ ତାଲା ଭାଙ୍ଗି ଆଲମୀରା ଭାଙ୍ଗି ଦେଇଛନ୍ତି । ତେବେ କ’ଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନି । ମା’ କିଚକେଶ୍ୱରୀ ମନ୍ଦିରରେ ଚୋରି ହେବାର ଏହା ପ୍ରଥମ ଘଟଣା । ରରୁଆ ଥାନା ଅଧିକାରୀ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ପୂର୍ବରୁ ମା’ କିଚକେଶ୍ୱରୀ ମନ୍ଦିରରେ ତିନି ତିନି ଥର ଚୋରି ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ମାତ୍ର ଗତ ରାତିରେ ସେମାନେ ଚୋରି କରି ପାର୍‌ ହୋଇଯାଇଛନ୍ତି । ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିଲେ ବି ଏପର୍ଯ୍ୟନ୍ତ ପୁଲିସ କାହାରିକି ଗିରଫ କରି ପାରି ନାହିଁ । ଯାହା ଫଳରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like