ରାଜଧାନୀରେ ମାତିଛନ୍ତି ଲୁଟେରା, ପାସପୋର୍ଟ ଅଫିସ୍ ସମ୍ମୁଖରୁ ଜଣେ ମହିଳାଙ୍କଠାରୁ ଲୁଟ୍

ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ସ୍ଥିତ ପାସ୍ପୋର୍ଟ ଅଫିସ୍ ସମ୍ମୁଖରୁ ଜଣେ ମହିଳାଙ୍କଠାରୁ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ୍ ଗାଡିରେ ଥିବା ବେଳେ ଚତୁରତା ସହ ଭ୍ୟାନିଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ବ୍ୟାଗରେ ସୁନା ଅଳଙ୍କାର ସହ ଏଟିଏମ୍ କାର୍ଡ ଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରଛି ପୋଲିସ । ସେହିଭଳି ଗତ ଦୁଇଦିନ ତଳେ ମଞ୍ଚେଶ୍ୱର ଥାନା ଅଧିନରେ ଜଣେ ବରିଷ୍ଠ ନାଗରିକଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରି ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ପ୍ରତିଦିନ ରାଜଧାନୀରେ ଦିନ ଦ୍ୱିପହରରେ ଲୁଟେରାଙ୍କ ରଜ୍ ଦେଖିବାକୁ ମିଳିଛି । ଯାହା କମିଶନରେଟ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.