ଭୁବନେଶ୍ୱର: ସାମନ୍ତରାପୁରରେ ବୃଦ୍ଧ ଦମ୍ପତିଙ୍କ ହାତଗୋଡ ବାନ୍ଧି ଘରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଅସୁରକ୍ଷିତ ରାଜଧାନୀ। ବୃଦ୍ଧ ଦମ୍ପତିଙ୍କୁ ବାନ୍ଧି ଡକାୟତି। ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ୍ ନମ୍ବର ୭ରେ ଏହି ଡକାୟତି ହୋଇଛି। ଗତକାଲି ରାତିରେ ଡକାୟତମାନେ ପ୍ଲଟ ନମ୍ବର ୫୩ରେ ରହୁଥିବା ବୃଦ୍ଧ ଦମ୍ପତିଙ୍କ ଘରର ଝରକା ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ବୃଦ୍ଧ ଦମ୍ପତିଙ୍କ ହାତଗୋଡ ବାନ୍ଧି ଘରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ। ଘଟଣାସ୍ଥଳରେ ଧଉଳି ପୋଲିସ ପହଞ୍ଚି ତଦନ୍ତ କରୁଛି।