ମାଆ ଆଗରେ ପୁଅ ବେକରେ ମାରଣାସ୍ତ୍ର ଲଗାଇ ଘରେ କଳା କନା ବୁଲାଇ ଚାଲିଗଲେ ଲୁଟେରା

ଗଜପତି (କେନ୍ୟୁଜ) : ବାଡି କବାଟ ପଟେ ଚୁପ୍‌ ଚୁପ୍‌ ପସିଲେ । ମୋ ପାଟି ବନ୍ଦ କରିଦେଲେ । ତାପରେ ମୋ ପୁଅ ବେକରେ ମାରଣାସ୍ତ୍ର ଲଗାଇ ମୋତେ ଡରାଇଲେ । ଆଉ ତାପରେ ଘଟାଇଲେ ବଡ କାଣ୍ଡ । ହଁ ଆଜ୍ଞା ଗତକାଲିରେ ଘଟିଯାଇଥିବା କଥାକୁ ମନେ ପକାଇ ଦେଇ କାନ୍ଦି ପକାଉଛନ୍ତି ମହିଳା ଜଣଙ୍କ । କ୍ଷଣିକ ମୂହୁର୍ତ୍ତରେ ଏ କଣ ସବୁ ଘଟିଗଲା । ଘରେ ଜିନିଷ ପତ୍ର ସବୁ ଛିନ ଛତର ହୋଇପଡିଛି । ଘରେ ଥିବା ଆସବାବ ପତ୍ର ଜିନିଷ ପତ୍ର ଗତକାଲିର ଘଟଣାରେ ମୂକ ସାକ୍ଷୀ ।

ଏମିତି ଏକ ଘଟଣା ଯାହାକୁ ଯିଏ ଶୁଣୁଛି ସେ ଚକିତ ହେଉଛି । ଆଉ ସମସ୍ତଙ୍କ ମନରେ ସେହି ଗୋଟିଏ ଭାବନା ଆସୁଥାଏ ଘରର ଚିତ୍ର ଦେଖି ଯେ ଭାଗ୍ୟ ଆଉ ସମୟ ଖରାପ ଚାଲିଥିଲେ ବୋଧେ ଏମିତି ହୁଏ । ଆଜ୍ଞା ଏ ଚିତ୍ର ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ବିଶ୍ୱନାଥ ନଗରରେ । ଗତକାଲି ଘଟିଥିବା ଏହି ବଡ ଧରଣର ଲୁଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବିଶ୍ୱନାଥ ନଗରର ବାସିନ୍ଦା ହେଉଛନ୍ତି ସସ୍ମୀତା ପଟନାୟକ । ତେବେ ସସ୍ମିତାଙ୍କ ଘରକୁ ହଠାତ୍‌ ପଶିଆସିଲେ ଚାରି ଜଣ ଅଜଣା ଲୋକ । ଦିବା ଲୋକରେ ଘରେ ପସି ସସ୍ମୀତାଙ୍କ ୧୩ବର୍ଷର ପୁଅ ବେକରେ ପ୍ରଥମେ ଛୁରି ଲଗାଇଲେ ପରେ ଘରେ ଲୁଟପାଟ ଆାରମ୍ଭ କରିଦେଲେ କଲେ ଦୁର୍ବୁତ୍ତ । ୪ଲକ୍ଷ ସହ ସୁନା ଅଳଙ୍କାର ଲୁଟି ଚାଲିଗଲେ ଏବଂ ଘର ସାରା ପାଣି ଢାଳି ଦେଲେ ।

ତେବେ ପାରଳାଖେମୁଣ୍ଡିରେ ଏମିତି ଚୋରୀ, ଡକାୟତୀ ଦିନକୁ ଦିନ ବଢୁଥିବା ବେଳେ ଏହି ଲୁଟ ଅଭିନବ ପକ୍ରୀୟାରେ କରିଛନ୍ତି ଲୁଟେରା । ଠରାଠରୀ ହୋଇ କଥା ହେବା ସହ ନାବାଳକର ବେକରେ ଛୁରୀ ଲଗାଇ ପାଟି ନକରିବାକୁ କହିଥିଲେ । ସେପଟେ ପାରଳାଖେମୁଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କୌଣସି ପତିକ୍ରୀୟା ଦେବାକୁ ମନା କରିଛି । ମାଆ ମନ ପା କେମିତି ବା ନିଜକୁ ସମ୍ଭାଳି ଥାଆନ୍ତେ । ପୁଅ ବେକରେ ମାରଣାସ୍ତ୍ର ଦେଖି ଆବା କାବା ହେଇଯାଇଥିଲେ । ଆଉ ପୁଅର କିଛି କ୍ଷତି ନହେବ ବୋଲି ମାଆ ଚୁପ୍‌ ରହିଲେ ଏପଟେ ଘର ଚଳୁ କରି ଚାଲିଗଲେ ଦୁର୍ବୃତ୍ତ ।