କେନ୍ଦୁଝର: ଅଧ୍ୟାପକଙ୍କ ଘରେ ଡକାୟତି

କେନ୍ଦୁଝର(କେନ୍ୟୁଜ୍): ଅଧ୍ୟାପକଙ୍କ ଘରେ ଡକାୟତି । ଡକାୟତଙ୍କ ଆକ୍ରମଣରେ ଅଧ୍ୟାପକ ଗୁରୁତର । ଘଷିପୁରା ଥାନା ଶୈଲଙ୍ଗ ଛକ ନିକଟରେ ପିପିଳିଆ କଲେଜର ଅଧ୍ୟାପକଙ୍କ ଘରେ ଡକାୟତି । ଡକାୟତମାନେ ଅଧ୍ୟାପକ ସମୀର ସାହୁଙ୍କ ଘରେ ପଶି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ସମୀରଙ୍କ ପୁଅ ଆସି ବାପାଙ୍କୁ ରକ୍ଷା କରିବାକୁ ଯାଇ ଡକାୟତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ପରେ ଭୁଜାଲିରେ ସମୀରଙ୍କୁ ଆକ୍ରମଣ କରିଥଲେ। ତେବେ ଘରଲୋକଙ୍କ ପାଟିଶୁଣି ପଡ଼ୋଶୀ ମାନେ ଆସିଯିବାରୁ ଡକାୟତମାନେ ଫେରାର ହୋଇଯାଇଥିଲେ। ଅଧ୍ୟାପକଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆନନ୍ଦପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like