ଫିଲ୍ମ ଷ୍ଟାଇଲରେ ଚୋରି: ବିଳମ୍ବିତ ରାତିରେ ଘରର ଗ୍ରୀଲ କାଟି ଲୁଟି ନେଲେ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର
ବିଳମ୍ବିତ ରାତ୍ରିରେ ଫିଲ୍ମ ଷ୍ଟାଇଲରେ ଘର କବାଟ ଭାଙ୍ଗି ଭିତରେ ପଶି ସୁନା,ରୂପା ଲୁଟି ନେଇଗଲେ ଲୁଟେରା l ଏହିଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ l ତିନିଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘରର ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା,ସୁନା,ରୁପା ଲୁଟି ନେଇଛନ୍ତି।

ପାରାଦୀପ (କେନ୍ୟୁଜ): ବିଳମ୍ବିତ ରାତ୍ରିରେ ଫିଲ୍ମ ଷ୍ଟାଇଲରେ ଘର କବାଟ ଭାଙ୍ଗି ଭିତରେ ପଶି ସୁନା,ରୂପା ଲୁଟି ନେଇଗଲେ ଲୁଟେରା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ। ତିନିଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘରର ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା,ସୁନା,ରୁପା ଲୁଟି ନେଇଛନ୍ତି ।
ସୂଚନା ମୁତାବକ ବିଳମ୍ବିତ ରାତ୍ରିରେ ହସିଣା ଗ୍ରାମର ପ୍ରଶାନ୍ତ ପାଣିଙ୍କ ପରିବାର ଶୋଇଥିବା ବେଳେ ଘରର ଗ୍ରୀଲ କାଟି ମୁଖାପିନ୍ଧି ଥିବା ତିନିଜଣ ଯୁବକ ଘରେ ପଶିଥିଲେ । ଘରର ଜିନିଷ ପତ୍ର ଖେଳାଇବା ବେଳେ ପ୍ରଶାନ୍ତ ଉଠି ପଡି ସେମାନଙ୍କୁ ବିରୋଧ କରିଥିଲେ । ମାତ୍ର ଦୁବୃର୍ତ୍ତ ମାନେ ହାତରେ ଧରିଥିବା ଖଣ୍ଡାରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ । ପ୍ରଶାନ୍ତଙ୍କ ବାମ ହାତରେ ବାଜିଛି ଖଣ୍ଡା ଚୋଟ । ଦୁବୃର୍ତ୍ତ ମାନେ ଘରେ ଥିବା ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ଯେଉଥିରେ ଗୋଟିଏ ହାର, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ, ୩ ହଳ କାନଫୁଲ, ୧୧ ଟି ମୁଦି , ଗୋଟିଏ ଘଣ୍ଟା ଓ ୧୦ ହଜାର ନଗଦ ଟଙ୍କା ରହିଛି । ବିଳମ୍ବିତ ରାତ୍ରିରେ ଘଟଣା ଘଟିଥିଲେ ମଧ୍ଯ ପୋଲିସକୁ ଖବର ଦିଆଯାଇଥିଲା । କୁଜଙ୍ଗ ପୋଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ, ଦିନରେ ସ୍ଥିତିର ଅନୁଧ୍ୟାନ କରି ଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତ ଜାରି ରଖିଛି କୁଜଙ୍ଗ ପୋଲିସ ।