ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟ୍, ନେଇଗଲେ ୩୦ ଲକ୍ଷ ଟଙ୍କାର ସୁନା ଗହଣା

ଉଦଳା: ବିଚ୍ ରାସ୍ତାରେ ବାଇକ୍ ଅଟକାଇଲେ ଟଙ୍କା ଲୁଟିନେଲେ । ବନ୍ଧୁକ ଦେଖାଇ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଉଦଳା – ବାରିପଦା ରାଜ୍ୟ ରାଜପଥର ଖୁଣ୍ଟା ଥାନା ବାଲିମୁଣ୍ଡଳୀ ଛକ ନିକଟରେ ଏହି ଲୁଟ୍ ହୋଇଛି । ବାସିପିଠା ଅଞ୍ଚଳରେ ମହାଲକ୍ଷ୍ମୀ ଅଳଙ୍କାର ନାମକ ଗହଣା ଦୋକାନ କରିଥିବା ସୁନ୍ଦର ନାରାୟଣ ସାହୁ ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ବାଇକରେ ଆସୁଥିଲେ । ସୁନା ଅଳଙ୍କାର ବ୍ୟାଗରେ ନେଇ ଆସୁଥିବା ବେଳେ , ୨ଟି ବାଇକରେ ୪ ଜଣ ଲୁଟେରା ତାଙ୍କୁ ପିଛା କରୁଥିଲେ । ବାଲିମୁଣ୍ଡଳୀ ଛକ ନିକଟରେ ତାଙ୍କୁ ଅଟକାଇ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : କୂଅ ସଫା କରିବା ସମୟରେ ଘଟିଲା ଅଘଟଣ, ଶ୍ୱାସରୁଦ୍ଧ ହୋଇ ୨ ମୃତ