ବାଲେଶ୍ୱର (କେନ୍ୟୁଜ୍) : ଲୁଟି ନେଉଥିଲେ, ଦୁର୍ଘଟଣାର ଶୀକାର ହେଲେ। ନାଳରୁ ଉଦ୍ଧାର ହେଲେ ୨ ଲୁଟେରା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବ୍ରାହ୍ମଣୀପୋଖରୀ ନିକଟରେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ କରିଥିବା ୨ ଲୁଟେରାଙ୍କୁ ଧରିଛି ପୋଲିସ। ଗତକାଲି ରାତିରେ ଖଇରା ଥାନା ଗୁଆପାଳ ଅ଼ଞ୍ଚଳର ସରୋଜ ନନ୍ଦୀ ଓ ତାଙ୍କର ମାଇଁ ଭାରତୀ ମହାନ୍ତି ବାଇକରେ ଘରକୁ ଫେରୁଥିବାବେଳେ କୁପାରୀ ରାସ୍ତାରେ ୨ଜଣ ଲୁଟେରା ଅଟକାଇଥିଲେ। ଏହି ସମୟରେ ଲୁଟେରା ଓ ସରୋଜଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ଭାରତୀ ତଳେ ପଡିଯିବାରୁ ଲୁଟେରା ୨ ଜଣ ତାଙ୍କ ନିକଟରୁ ସୁନା ଚେନ୍ ଓ ଟଙ୍କା ନେଇ ପଳାଇଥିଲେ। ପୋଲିସ ଖବର ପାଇ ଲୁଟେରାଙ୍କୁ ଧରିବାକୁ ତନାଘନା ଜାରି ରଖିଥିଲା। ଗୋଡାଇ ଗୋଡାଇ ଧରିଥିଲେ ଲୁଟେରାଙ୍କୁ। ସେମାନଙ୍କ ନିକଟରୁ ପିସ୍ତଲ, ବାଇକ୍ ଓ ମୋବାଇଲ ଜବତ ହୋଇଛି।
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…