କମିସନରେଟ୍‌ ପୋଲିସ୍ କବଜାରେ ୧୦ ଲୁଟେରା, ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରି ଖେଳାଉଥିଲେ ଆତଙ୍କ

ଭୁବନେଶ୍ବର(କେନ୍ୟୁଜ୍‌): କମିସନରେଟ୍‌ ପୋଲିସ କବଜାରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରି ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିବା ଲୁଟେରା ଗ୍ୟାଙ୍ଗ୍। ଗ୍ୟାଙ୍ଗର ୧୦ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ପୋଲିସ୍ ସେମାନଙ୍କ ନିକଟରୁ ୩୯ଟି ମୋବାଇଲ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି।

ସେମାନେ ହେଲେ, ଇନ୍‌ଫୋସିଟି ଥାନା ଚୁନୁ‌କୋଳି ବସ୍ତିର ପିଣ୍ଟୁ ଦାସ(୨୨), ଖଣ୍ଡଗିରି ଜାଗମରା ଅଞ୍ଚଳର ରବୀନ୍ଦ୍ର ପଲ୍ଲେଇ(୨୨), ଶିଖରଚଣ୍ଡୀ ବସ୍ତିର ଟି. ସୁରେଶ ଓରଫ ଚାଇନା(୨୦), ଗଣେଶ ନାୟକ(୨୪), ୟୁନିଟ୍‌-୯ ଗ୍ରିଡ୍‌କୋ କଲୋନିର ସୁଶାନ୍ତ ଦୀକ୍ଷିତ (୩୦), ନୀଳମାଧବ ବସ୍ତିର କାହ୍ନୁ ନାଏକ(୨୪), ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ରାହୁଲ୍‌ ନୌନା(୧୯), ୟୁନିଟ୍‌-୩ ମସ୍‌ଜିଦ୍‌ କଲୋନିର ସେକ୍‌ ଆବୁ ଅକ୍କର(୨୧) ଏବଂ ସେକ୍‌ ମୁସ୍ତାଗିନ(୨୧)।

ତେବେ ଏମାନଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହେବାରୁ ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯିବା ସହିତ ସବୁ ଥାନାକୁ ଚଢ଼ଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷକରି ରାତି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ବ୍ଲକିଂ, ଚେକିଂ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.