ଗାଡି ଚୋରି ବେଳେ ନିର୍ଘାତ୍ ଛେଚା ଖାଇଲା ଲୁଟେରା, ପରେ ପୋଲିସରେ ଜିମା ଦେଲେ ଲୋକ

ଉଦଳା (କେନ୍ୟୁଜ): ସବୁଦିନ ନ ଥାଏ ଚାନ୍ଦିନୀ ରାତି । ଆଗରୁ ବାରମ୍ବାର ଆସି ବାଇକ ଚୋରି ଖସିଯିବାରେ ସମର୍ଥ ହୋଇଥିବା ଲୁଟେରା ହେଲେ ଆଜି ଧରାପଡିଗଲେ ଜନସାଧାରଣଙ୍କ ହାବୁଡରେ । ଆଉ ଯେତେବେଳେ ଜନତାଙ୍କ ହାତରେ ପଡିଗଲା ଲୁଟେରା ସେତେବେଳେ ଖାଇଲା ନିର୍ଘାତ୍ ଛେଚା । ଏଭଳି ଘଟଣା ଘଟିଛି ଉଦଳା ଥାନା ସ୍ଥାନୀୟ କୃଷକ ବଜାର ନିକଟରେ । ଆଜି କୃଷକ ବଜାର ନିକଟରେ ଜଣେ ଯୁବକ ବାଇକ ଚୋରି କରୁଥିବା ବେଳେ ବାଇକର ମାଲିକ ସେଠାରେ ପହଂଚିଯାଇଥିଲେ । ସେ ବାଇକ୍ ଲୁଟ୍ ହେଉଥିବ ଜାଣିପାରି ପାଟି କରିବା ପରେ ଲୋକେ ରୁଣ୍ଡ ହୋଇଯାଇଥିଲେ । ଏବଂ ଲୁଟେରାକୁ ଧରି ନିର୍ଘାତ୍ ଛେଚିଥିଲେ ।

ଖବର ପାଇ ଉଦଳା ପୋଲିସ୍ ଘଟଣାସ୍ଥଳରେ ପହଂଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରିଛି । ଲୁଟେରାକୁ ଗିରଫ କରିବା ସହିତ ପୋଲିସ୍ ବାଇକ ଚୋରିର ଖିଅ ଖୋଜୁଛି । ଗିରଫ ଯୂବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ନରହରିପୁରର ବିଜୟ କୁମାର ମହାନ୍ତି । ତେବେ ଏହି ଯୁବକ ଜଣକ ପୂର୍ବରୁ କୃଷକ ବଜାର ନିକଟରେବାଇକ୍ ଚୋରି କରୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଯେଉଁଥିରେ ଏହି ଲୁଟେରା ଜଣକ କିଭଳି ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି କରୁଛି ତାହାର ସିସିଟିଭି ଭିଜୁଆଲ ଦେଖନ୍ତୁ । ତେବେ ଗିରଫ ଲୁଟେରାଙ୍କ ସହିତ ଅନ୍ୟ ଜଣେ ଯୁବକ ଆସିଥିବା ବେଳେ ସେ ଘଟଣାସ୍ଥଳରୁ ଖସିଯାଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.