ରାଜ୍ୟ

ଫେରିବାଲା ବେଶରେ ଗାଁରେ ବୁଲୁଛନ୍ତି ଲୁଟେରା, ଧରା ପଡ଼ି ଗାଁ ଲୋକଙ୍କ ଠାରୁ ଖାଇଲେ ମାଡ଼

କୁଚିଣ୍ଡା(କେନ୍ୟୁଜ୍‌): ଯଦି ଆପଣଙ୍କ ଗାଁରେ ଫେରିବାଲା ଜିନିଷ ବିକ୍ରି କରିବାକୁ ଆସୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଫେରିବାଲା ବେଶରେ ଗାଁରେ ବୁଲୁଛନ୍ତି ଲୁଟେରା । ଜିନିଷ ବିକ୍ରି କରିବା ବାହାନାରେ ଆସି ଗାଁ ଗାଁରେ କରୁଛନ୍ତି ଚୋରି । ସମାନ ଭାବେ ଏକ ଗାଁରେ ଦୁଇ ଜଣ ଲୁଟେରା ଫେରିବାଲା ବେଶରେ ଆସି ଚୋରି କରି ଫେରାର ମାରୁଥିଲେ । କିନ୍ତୁ ତାଙ୍କର ସମସ୍ତ ଯୋଜନାକୁ ପଣ୍ଡ କଲେ ଗାଁ ଲୋକେ । ଗାଁରୁ ଚୋରି କରି ଖସି ପଳାଉଥିବା ବେଳେ ଦୁଇ ଜଣ ଚୋର ଧରା ପଡ଼ିଥିଲେ । ବାସ୍‌ ତା ପରେ ଗାଁ ଲୋକଙ୍କ ଠାରୁ ନିର୍ଦ୍ଧୁମ ମାଡ଼ ଖାଇଥିଲେ ଚୋର ।

ଏଭଳି ଘଟଣା ବାମରା ବ୍ଲକ ଅନ୍ତର୍ଗତ ନନ୍ଦମୁଣ୍ଡା ଗାଁରେ ଘଟିଛି । ଏହି ଗାଁର ମହେନ୍ଦ୍ର କିଷାନଙ୍କ ଠାରୁ ମୋବାଇଲ ଫୋନ୍ ଚୋରି କରି ଫେରାର ମାରୁଥିଲେ ଚୋର । କିନ୍ତୁ ବାମରା ବିଜୁ ପଟ୍ଟନାୟକ ଛକ ଠାରେ ଧରା ପଡ଼ି ଗାଁ ଲୋକଙ୍କ ଠାରୁ ମାଡ଼ ଖାଇଛନ୍ତି । ତେବେ ଏ ଚୋର ୨ ଜଣ ଉତ୍ତର ପ୍ରଦେଶର ବୋଲି ଜଣା ପଡ଼ିଛି । ୨ ଜଣ ଚୋର ଫେରିବାଲା ବେଶରେ ଲୁଟ କରିବା ଉଦ୍ଦେଶ୍ୟ ନେଇ ଆସିଥିଲେ । କିନ୍ତୁ ଧରା ପଡ଼ି ନିର୍ଦ୍ଧୁମ ଛେଚା ଖାଇଛନ୍ତି ।

ଉଭୟ ଫେରିବାଲା ମିକ୍ସର୍ ଗ୍ରାଇଣ୍ଡର ବିକ୍ରି କରିବା ବାହାନାରେ ନନ୍ଦମୁଣ୍ଡା ଗାଁକୁ ଯାଇ ମୋବାଇଲ ଫୋନ୍ ଲୁଟ୍ କରିଥିଲେ । କିନ୍ତୁ ବାଇକରେ ଫେରାର ମାରୁଥିବା ବେଳେ ବାମରା ବିଜୁ ପଟ୍ଟନାୟକ ଛକ ଠାରେ ଧରାପଡ଼ି ଛେଚା ଖାଇଛନ୍ତି। ପରେ ପୋଲିସକୁ ସମସ୍ତ ଘଟଣା ବିଷୟରେ ସୂଚନା ଦେଇଥିଲେ ଗାଁ ଲୋକେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଗୋବିନ୍ଦପୁର ପୋଲିସ । ଗାଁ ଲୋକଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ଜାଣିବା ପରେ ଉକ୍ତ ଲୁଟେରାଙ୍କୁ କାବୁ କରିଥିଲା ପୋଲିସ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ମଧ୍ୟ ସୂଚନା ରହିଛି ।

ତେବେ ଗାଁ ଗହଳିରେ ଏଭଳି ଅନେକ ଫେରିବାଲା ଜିନିଷ ବିକ୍ରି ପାଇଁ ଆସିଥାନ୍ତି । କିନ୍ତୁ ସମସ୍ତ ଫେରିବାଲା ଯେ ବିକ୍ରି ଉଦ୍ଦେଶ୍ୟରେ ଆସୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଭୁଲ । ଆପଣ ବି ଏଭଳି ଲୋକଙ୍କ ଠାରୁ ଜିନିଷ କିଣୁଥିଲେ ଯଥେଷ୍ଟ ସତର୍କ ରୁହନ୍ତୁ । ନଚେତ ଆପଣଙ୍କ ଜିନିଷକୁ ଚୋରି ହେବାରୁ କେହି ବଞ୍ଚାଇ ପାରିବେ ନାହିଁ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago