ରାଜଧାନୀରେ ମାତିଛନ୍ତି ବୋଲେରୋ ଲୁଟେରା, ରାଜଧାନୀର ଦୁଇଟି ସ୍ଥାନରୁ ସମାନ ଢଙ୍ଗରେ ଲୁଟ

ଭୁବନେଶ୍ବର(କେନ୍ୟୁଜ୍):  ବୁଲେଟରେ ଆସି ବୋଲେରୋ ଲୁଟ । ରାଜଧାନୀରେ ମାତିଛନ୍ତି ବୋଲେରୋ ଲୁଟେରା । ଗତକାଲି ରାତିରେ ରାଜଧାନୀର ଦୁଇଟି ସ୍ଥାନରୁ ସମାନ ଢଙ୍ଗରେ ଲୁଟ ହୋଇଛି । ଏନେଇ କମିସନରେଟ ପୋଲିସରେ ଦୁଇଟି ଅଭିଯୋଗ ହେଇଛି । ନୟାପଲ୍ଲୀ ଆଇଆରସି ଭିଲେଜରୁ ରାତି ପ୍ରାୟ ୨ ଟା ୩୦ ମିନିଟରେ ଗୋଟିଏ ବୋଲେରୋ ଚୋରୀ ହୋଇଛି । ଲୁଟ ସମୟର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । ୩ ଜଣ ଦୁର୍ବୁତ ବୁଲେଟରେ ଆସି ଲୁଟ କରିନେଇଯାଉଛନ୍ତି ଗାଡିକୁ ।

ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି କମିସନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । ସେହିପରି ବଡଗଡ କେନାଲ ରାସ୍ତାରୁ ଏକ ବୋଲେରୋ ଲୁଟ ହୋଇଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି । ଲୁଟେରା ମାନେ ବାହାର ରାଜ୍ୟର ଗ୍ୟାଙ୍ଗ ବୋଲି ଅନୁମାନ କରୁଛି ପୋଲିସ । ଗୋଟିଏ ଦିନରେ ରାଜଧାନୀରେ ଏଭଳି ସିରିଜ ଲୁଟ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Leave A Reply

Your email address will not be published.