କାହାକୁ ଚେକ୍‌ ଦେବା ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ, ମ୍ୟାଜିକ୍‌ ପେନ ଜରିଆରେ ଆକାଉଣ୍ଟରୁ ଲୁଟିନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ୭ ମାର୍ଚ୍ଚ ୨୦୨୦ । ଖଣ୍ଡଗିରି ଅଞ୍ଚଳରୁ ମ୍ୟାଜିକ ପେନ ଜରିଆରେ ଲୁଟିଲେ ୨୨ହଜାର ୫ଶହ ଟଙ୍କା । ୮ମାର୍ଚ୍ଚ ୨୦୨୦ । ହଂସପାଳର ଜଣେ ବ୍ୟବସାୟୀଙ୍କଠାରୁ ଲୁଟିଲେ ୭୬ ହଜାର ଟଙ୍କା । ୯ ମାର୍ଚ୍ଚ ଅର୍ଥାତ ଆଜି ତୋମାଣ୍ଡ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଠକିଛନ୍ତି ୭୨ହଜାର ଟଙ୍କା । ୩ଟି ଯାକ ଘଟଣା ମ୍ୟାଜିକ୍‌ ପେନ ସାହାଯ୍ୟରେ ବ୍ୟବସାୟୀଙ୍କୁ ଲୁଟିଛନ୍ତି ଠକ । ସବୁ ଘଟଣାରେ ନିଜକୁ ବ୍ୟାଙ୍କର କର୍ମଚାରୀ କହି ଆସିଛନ୍ତି ଲୁଟେରାା ବିଭିନ୍ନ ଲୋଭନୀୟ ସ୍କିମ୍‌ ବାହାନା ଦେଖାଇ, ମ୍ୟାଜିକ ପେନ୍‌ ଜରିଆରେ ଚେକ୍‌ରେ ଦସ୍ତଖତ ନେବାପରେ ଖାଲି କରିଦେଉଛନ୍ତି ଆକାଉଣ୍ଟା

magic pen loot1ଖଣ୍ଡଗିରି, ବାଲିଅନ୍ତା ଓ ତମାଣ୍ଡୋ ଥାନାରେ ଭିନ୍ନ ଭିନ୍ନ ତିନିଟି ଅଭିଯୋଗ ହୋଇଛି । ପୋଲିସ ଘଟଣାକୁ ଗୁରୁତର ନେବା ସହ ଛାନଭିନ୍‌ ଆରମ୍ଭ କରିଛି । ଅଭିଯୋଗକାରୀଙ୍କ ପାଖକୁ ଆସିଥିବା ଫୋନ୍‌ କଲକୁ ନେଇ ତନାଘନା ଚାଲିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।ଗତ ବର୍ଷ ମଧ୍ୟ ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଏକ ଅଭିଯୋଗ ହୋଇଥିଲା । ପରେ ପୋଲିସ ତନାଘନା କରି ଅଭିଯୁକ୍ତକୁ ବେଙ୍ଗାଲୁରୁୁ ଗିରଫ କରିଥିଲା

Leave A Reply

Your email address will not be published.