ଭୁବନେଶ୍ବରରେ ଚାଞ୍ଚଲ୍ୟ, ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟି ନେଲେ ୨ ଲକ୍ଷ ୮୭ ହଜାର ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟ। ଘଟଣା ଘଟିଛି ଭୁବନେଶ୍ବରର କଳାରାହାଙ୍ଗ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ମିଳିଥିବା ସୂଚନା ମୁତାବକ  ଆଜି ଦ୍ବିପ୍ରହର ସମୟରେ ଜଣେ ଦୁର୍ବୃତ୍ତ  ହେଲମେଟ, ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିଥିବା ନକଲି ବନ୍ଧୁକ ଦେଖାଇ ପ୍ରାୟ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଥିଲା ।

ଲୁଟ ବେଳେ ବ୍ୟାଙ୍କରେ କେବଳ ମହିଳା କର୍ମଚାରୀ ଉପସ୍ଥିତ ଥିଲେ। ଯାହା ଫଳରେ ଲୁଟେରା ଲୁଟ କରିବାରେ ସଫଳ ହେଲା। ଏହି ଘଟଣାକୁ ନେଇ ଇନଫୋସଟି ଥାନାରେ ଏକ ଅଭିଯୋଗ ହୋଇଛି। ପୋଲିସ ସିସଟିଭ ଆଧାରରେ ତଦନ୍ତକୁ ଜୋରଦାର କରିଛି ।

You might also like