ଦିନ ଦ୍ୱିପ୍ରହରରେ ଲୁଟ୍‌, ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ନବରଙ୍ଗପୁର(କେନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଦିନ ଦ୍ୱିପ୍ରହରରେ ଲୁଟ୍‌। ଜଣେ ବ୍ୟବସାୟୀଙ୍କ ବାଇକ୍‌ ରୁ ଅଢେଇ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଉକ୍ତ ବ୍ୟବସାୟୀଙ୍କ ନାଁ ହେଉଛି ସଞ୍ଜୟ ତ୍ରିପାଠୀ। ସୂଚନା ମୁତାବକ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଏକ ଦୋକାନରୁ ସେ ସଉଦା କିଣି ଅଟୋରେ ଲୋଡ କରିଥିଲେ। ଏହାପରେ ଉକ୍ତ ଯୁବକ ଜଣକ ଟଙ୍କା ବ୍ୟାଗକୁ ଗାଡିରେ ଳଗାଇ ସଉଦା ଦୋକାନ ପାଖକୁ ଯାଇଥିଲେ। ୨ ମିନିଟ୍‌ ପରେ ଆସି ଦେଖିବା ବେଳକୁ ଗାଡିରେ ବ୍ୟାଗ୍‌ ନଥିଲା। ଏନେଇ ସିସିଟିଭି ଯାଞ୍ଚ ହେବା ପରେ ଲୁଟ୍‌ ହୋିଥିବା ଜାଣିବାକୁ ମିଳିଛି। ଅନ୍ୟପଟେ ପୋଲିସ୍‌ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚଳାଇଛି।

 

Leave A Reply

Your email address will not be published.