ମହିଳାଙ୍କ ହାତ ଦେଖି ତାଙ୍କ ଠାରୁ ସୁନା ଆଉ ଟଙ୍କା ଲୁଟିନେଲେ ବାପା ସାଜିଥିବା ଚୋର

ଜଳେଶ୍ୱର (କେନ୍ୟୁଜ) : ଏବେ ଚୋରି କରିବାର ନୂଆ ଫଣ୍ଡା ଆପଣାଉଛନ୍ତି ଚୋର। ନିଜକୁ ବାବା ବୋଲି କହି ମହିଳାଙ୍କ ପାଖରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା । ଦିନ ଦ୍ୱିପହରେ ଚୋରି କରି ଚମ୍ପଟ ମାରିନେଲେ ବାବା ବେଶରେ ଆସିଥିବା ଚୋର।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡବଜାର ଛକ ନିକଟରେ ଦିନ ଦ୍ବିପ୍ରହରେ ଦୁଇ ଜଣ ଯୁବକ ନିଜକୁ ବାବା ବୋଲି କହି ଆସି ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ଜଣେ ମହିଳାଙ୍କ ହସ୍ତରେଖା ଦେଖି ଭବିଷ୍ଯତ କହିବା ବାହାନାରେ ପିନ୍ଧିଥିବା ସମସ୍ତ ସୁନା ଗହଣା ଖୋଲି ବ୍ଯାଗରେ ରଖିବାକୁ କହିବା ପରେ ମହିଳା ଜଣଙ୍କ ସୁନା ଗହଣା ଖୋଲି ବ୍ଯାଗରେ ରଖିବା ପରେ ମହିଳାଙ୍କୁ ଚୁନ ଲଗାଇଦେଲେ ଚୋର।

ମହିଳାଙ୍କ ପାଖରୁ କାନ ଫୁଲ, ହାତ ବଳା, ଚେନ୍ ଏବଂ ବିଭିନ୍ନ ଅଳଙ୍କାରକୁ ମିଶାଇ ପ୍ରାୟ ଅଡେଇ ଲକ୍ଷରୁ ଅଧିକ ଟଙ୍କାର ଗହଣା ଏବଂ ପର୍ସରେ ଥିବା ନଗଦ ଟଙ୍କା ଲୁଟ କରି ପଲ୍ସର ବାଇକରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ମହିଳାଙ୍କ ଘର ପଶ୍ଚିମବଗଂ ଅଞ୍ଚଳର ବୋଲି ଜଣା ପଡିଛି। ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.