ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନଓ୍ଵାଡି ଦିଦି, ୪ କୋଠା ଓ ୧୪ ପ୍ଲଟ

ଭୁବନେଶ୍ୱର(କେନ୍ୟୁଜ୍‌) : ଅଙ୍ଗନଓ୍ଵାଡି ଦିଦିଙ୍କ ସମ୍ପତ୍ତି ଜାଣିଲେ ଟେରା ହୋଇଯିବେ । ଗୋଟିଏ ନୁହେଁ କି ଦୁଇଟା ନୁହେଁ ଚାରି ଚାରିଟା କୋଠା ଓ ୧୪ ପ୍ଲଟର ମାଲିକାଣୀ ହେଉଛନ୍ତି ଏହି ଅଙ୍ଗନଓ୍ଵାଡି ଦିଦି । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନଓ୍ଵାଡି ଦିଦିଙ୍କ ନାମ ହେଉଛି କବିତା ମଥାନ । ଆଜି ଭିଜିଲାନ୍ସ ବିଭାଗ ରେଡ କଲାପରେ ଦିଦିଙ୍କର ଅଚଳାଚଳ ସମ୍ପତ୍ତି ବିଷୟରେ ଜଣାପଡ଼ିଛି ।

ଦିଦିଙ୍କର ୧୪ ଟି ପ୍ଲଟ ମଧ୍ୟରୁ ୧୦ ଟି ପ୍ଲଟ ରହିଛି ଭୁବନେଶ୍ୱରରେ ଓ ୩ଟି ଜଗତସିଂହପୁର ଓ ଗୋଟିଏ ବାଲିଅନ୍ତାରେ ରହିଛି । ଏହାଛଡ଼ା ଗୋଟିଏ ୪ ଚକିଆ ଓ ୩ଟି ଦୁଇ ଚକିଆ ଗାଡି ସହ ୨.୨ ଲକ୍ଷର ଇନ୍ସ୍ୟୁରାନ୍ସ ଡିପୋଜିଟ ଓ ୬.୩୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ । ଦିଦିଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ର ପରିମାଣ ପ୍ରାୟ ୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଜି ଭିଜିଲାନ୍ସର ୬ ଟିମ ଏକସଙ୍ଗରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ୬ ଟି ସ୍ଥାନରେ ଚଢ଼ଉ କରି ଏହି ସମ୍ପତ୍ତିକୁ ଠାବ କରିଛି ।

Leave A Reply

Your email address will not be published.