ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା : ୪ ଡୁପ୍ଲେକ୍ସରୁ ପୋଛି ନେଲେ ୪୦ ଲକ୍ଷ ଟଙ୍କାର ସୁନାଗହଣା
ଭୁବନେଶ୍ଵର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପାହାଳ ନିକଟ ସିଟି ହୋମ୍ ଡୁପ୍ଲେକ୍ସରେ ପଶି ସୁନାଗହଣା ଲୁଟିନେଲେ । ଗୋଟିଏ ରାତିରେ ୪ ଡୁପ୍ଲେକ୍ସରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଲଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ୍ତ । ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଘରେ କେହି ନଥିବା ବେଳେ D-2, D-13,D-20,D-48 ଘର ତାଲା କାଟି ଲୁଟିଛନ୍ତି ଦୁବୃର୍ତ୍ତ । ୬ ଜଣିଆ ଲୁଟେରା ଗ୍ୟାଙ୍ଗ ଗଲା ବେଳେ, ସିସିଟିଭି ଭାଙ୍ଗି ନେଇ ଯାଇଛନ୍ତି ଓ ତେବେ ଡିଭିଆରରୁ ଭିଡ଼ିଓ ସଂଗ୍ରହ କରି, ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ । ବେଶ କିଛିଦିନ ହେବ ଲୁଟେରା ମାନେ ପାହାଳ ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ପୋଲିସକୁ ଖୋଲା ଚ୍ୟାଲେଞ ଦେଇଛନ୍ତି ।