ଛତ୍ରପୁର ଷ୍ଟାଇଲ ବଜାର ନିକଟସ୍ଥ ଇଣ୍ଡିଆନ ବ୍ୟାଙ୍କର ଏଟିଏମରୁ ଲୁଟ୍‌

ବ୍ରହ୍ମପୁର: ଏଟିଏମ୍‌ରୁ ଲୁଟ୍‌ ଅଭିଯୋଗ । ଏଟିଏମକୁ କାଟି ଚୋରି କରିଛନ୍ତି ଦୁର୍ବୃତ୍ତ । ବ୍ରହ୍ମପୁର ସହର ଛତ୍ରପୁର ଥାନା ଷ୍ଟାଇଲ ବଜାର ନିକଟସ୍ଥ ଇଣ୍ଡିଆନ ବ୍ୟାଙ୍କର ଏଟିଏମରୁ ଗତକାଲି ରାତିରେ ଚୋରି ହୋଇଛି ।

ସୂଚନା ଅନୁଯାୟୀ, ATMଟି କାର୍ଯ୍ୟକ୍ଷମ ଅବସ୍ଥାରେ ନଥିଲା । ତେବେ ଏଥିରେ ଟଙ୍କା ଥିଲା ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବ୍ୟାଙ୍କ କର୍ମଚାରୀ ପହଞ୍ଚିବା ପରେ ସ୍ପଷ୍ଟ ହେବ । ଘଟଣାସ୍ଥଳରେ ଛତ୍ରପୁର ଏସଡିପିଓ, ଗଞ୍ଜାମ ଅତିରିକ୍ତ ଏସପି ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.