ସୁନା ସଫେଇ ନାଁରେ ଲୁଟ୍, ଦୁଇ ଚୋରକୁ ବାନ୍ଧିଲେ ଗ୍ରାମବାସୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ବମୁଆ ଗାଁରେ ଦୁଇ ସୁନା ଚୋରକୁ କାବୁ କରି ବାନ୍ଧିଛନ୍ତି ଗ୍ରାମବାସୀ। ସୁନା ସଫେଇ କରିବା ବାହାନାରେ ଏମାନେ ଲୁଟ କରୁଥିଲେ। ସୁନା ଚେନଗୁଡିକୁ ସଫା କରିବା କହି ଗାଏବ କରି ଦେଉଥିଲେ ଅରିଜିନାଲ ସୁନା। ଆଉ ଏରିଆରୁ ଚମ୍ପଟ ମାରୁଥିଲେ ଦୁର୍ବୃର୍ତ୍ତ। ତେବେ ଏପରି ଘଟଣା ଭୁବନରେ କିଛି ନୂଆଁ ନୁହେଁ। ପୂର୍ବରୁ ଏପରି ସୁନା ଲୁଟ ଘଟଣା ନଜିର ରହିଛି।

ତେବେ ଆଜି ଦୁଇଜଣ ଅଣଓଡ଼ିଆ ଯୁବକ ଏକ ହିରୋହୋଣ୍ଡା ପ୍ୟାସନ ପ୍ରୋ ମୋଟର ସାଇକେଲ(OR 05 AR 4136)ରେ ଆସି ବମୁଆ ଗାଁରେ ଲୋକଙ୍କର ସୁନା ସଫା କରୁଥିଲେ । ସଫେଇ ବାହାନାରେ ସମ୍ପୃକ୍ତ ଦୁଇ ଜଣ ଯୁବକ ସୁନା ହଡପ କରି ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀମାନେ କାବୁ କରି ଯୁବକ ଦୁଇ ଜଣଙ୍କୁ ଧରିଥିଲେ । ପରେ ସେମାନଙ୍କୁ ଏକ ରଶିରେ ବାନ୍ଧି ଦେଇଥିଲେ । ଦୁଇ ସୁନା ଚୋର ନିଜର ଭୁଲ ସ୍ୱୀକାର କରିବା ସହ ଲୋକଙ୍କ ଗୋଡ଼ ଧରି କ୍ଷମା ମାଗିଥିଲେ, ଯାହାର ଭିଡ଼ିଓ ଭାଇରଲ ହୋଇଛି । ଖବରଟି ସମଗ୍ର ଅଞ୍ଚଳରେ ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାତ୍ର ଘଟଣାସ୍ଥଳରେ ପୋଲିସ ପହଞ୍ଚିନଥିବା ଜଣାପଡିଛି ।

Leave A Reply

Your email address will not be published.