ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ଖସି ପଡ଼ିବା ଘଟଣାରେ ତିନିଜଣିଆ କମିଟି ତଦନ୍ତ ଆରମ୍ଭ

ପୁରୀ : ଆଡ଼ପ ପହଣ୍ଡି ବେଳେ ତାଳଧ୍ବଜ ରଥର ଚାରମାଳ ଉପରେ ମହାପ୍ରଭୁ ବଳଭଦ୍ର ଖସି ପଡ଼ିବା ଘଟଣାର ତଦନ୍ତ ଆରମ୍ଭ । ବଳଭଦ୍ର ବାଡଗ୍ରାହୀଙ୍କୁ ପଚାର ଉଚରା ହୋଇଛି । ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସମତେ ବରିଷ୍ଠ ଦଇତାପତି ସେବକଙ୍କୁ ପଚରା ଉଚରା କରାଯାଇଛି। ଭିଡିଓ ଦେଖି ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟିଡିଏସପି ତଦନ୍ତ କରିଛନ୍ତି ।

ଏହି ସମୟପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଭର୍ଚୁଆଲରେ ଥିଲେ । ଆଡ଼ପ ପହଣ୍ଡି ବେଳେ ତାଳଧ୍ବଜ ରଥରେ ବଡ଼ଠାକୁରଙ୍କୁ ଯେଉଁଭଳି ପକାଇ ଦିଆଗଲା, ସାରା ବିଶ୍ବର ଅଗଣିତ ଭକ୍ତ ତାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଗତ ଜୁଲାଇ ୯ ତାରିଖରେ ପହଣ୍ଡି ବେଳେ ଘଟିଥିଲା ଏହି ଅଘଟଣ । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି l ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାଶ ମହାପାତ୍ରଙ୍କ ପୁଅ ଅନାଥ ହଳଧର ଦାଶ ମହାପାତ୍ରଙ୍କୁ ଡାକି ପଚରାଉଚରା କରିଛି ତିନିଜଣିଆ କମିଟି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.