ପୁରୀ: ପଦ୍ମ ବେଶରେ ଝଲସୁଛି ଶ୍ରୀଅଙ୍ଗ,ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ, ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଗତକାଲି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହୋଇଛନ୍ତି। ଆଜି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବେ ହଜାର ହଜାର ଭକ୍ତ ।

padma besha q

ଦୀର୍ଘ ୨୫ ବର୍ଷ ପରେ ପଡିଥିବା ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ନିଜ ଚକ୍ଷୁରେ ଦେଖିବାର ସୁଯୋଗ ପାଇଛନ୍ତି। ରାତ୍ର ବଡସଂହାର ଭୋଗରେ କ୍ଷୀରି, ଅମାଲୁ ଭୋଗ ହୋଇଥାଏ। ପ୍ରତି ରବିବାର ସାନିଟାଇଜ୍‌ କରାଯିବା ହେତୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହୁଥିବା ବେଳେ ଆଜି ନୂଆ ଏସଓପି ଅନୁଯାୟୀ ରବିବାର ମନ୍ଦିର ଖୋଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.