ପରଟାରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରା: ଆପଣ ବି ଦେଖିଲେ ହୋଇଯିବେ

କଟକ(କେନ୍ଯୁଜ୍): ରୁଟିରେ ମହାପ୍ରଭୁ ଜଗନ୍ନାଥ । ଏମିତି ଅଲୌକିକ ଘଟଣା ଦେଖିବାକୁ ମିଳିଛି କଟକରେ। କଟକରେ ଅଟୋ ଚଳାଇ ନିଜ ପରିବାରର ପେଟ ପୋଷୁଥିବା ଶେଖବଜାର ଅଞ୍ଚଳର ବିକ୍ରମ ବେହେରାଙ୍କ ଘରେ ଘଟିଛି ଏହି ଘଟଣା। ବିକ୍ରମଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ। ଅଭାବ ଅନାଟନରେ ନିଜ ପରିବାରର ସବୁ କଥା ବୁଝନ୍ତି ବିକ୍ରମ। ତେବେ ହଠାତ୍ ବିକ୍ରମଙ୍କ ଧର୍ମପତ୍ନୀ ରୋଷେଇ ଘରେ ପରଟା ତିଆରି କରୁଥିଲେ। ବାସ୍ ସେତିକି ବେଳେ  ବିକ୍ରମଙ୍କ ନଜର ସେହି ପରଟା ଉପରେ ପଡିଥିଲା।

ପରଟାରେ ବିକ୍ରମଙ୍କ ପରିବାରକୁ ଦର୍ଶନ ଦେଇଥିଲେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମାଁ ସୁଭଦ୍ରା। ତୁରନ୍ତ ସେହି ପରଟାକୁ ଲାମିନେସନ କରି ଘରେ ରଖି ପୂଜାର୍ଚ୍ଚନା କରିଥିଲେ। ଦର୍ଶନର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନ କରୁଛନ୍ତି ବିକ୍ରମ।

Leave A Reply

Your email address will not be published.