ପରଟାରେ ପୁଣି ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ, ଭାବବିହ୍ବଳ ହେଲେ ପରିବାର ଲୋକେ

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଜିଲ୍ଲା ଦାରୁକ୍ଷେତ୍ର ଭାବେ ପରିଚିତ । ମହାପ୍ରଭୁଙ୍କ ତିନି ଦାରୁ ଏହି ଜଗତସିଂହପୁରରୁ ଯାଇଥିଲା । ଏବେ ପ୍ରଭୁ ବିଭିନ୍ନ ରୂପରେ ଲୋକମଙ୍କୁ ଦେଖା ଦେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ପୌରପରିଷଦ ଅନ୍ତର୍ଗତ ଦେଉଲିଗ୍ରାମେଶ୍ବର ଗ୍ରାମ ର ନିରଞ୍ଜନ ମଲ୍ଲିକଙ୍କ ଘରେ । ପତ୍ନୀ ବୀଣାପାଣି ମଲ୍ଲିକ ରାତି ଭୋଜନ ପାଇଁ ରୋଷେଇ ଘରେ ପରଟା ପ୍ରସ୍ତୁତ କରୁଥିବା ସମୟରେ ପରଟା ଲେଉଟାଇ ଦେବା ବେଳେ ଦେଖିଲେ ମହାପ୍ରଭୁ ଜଗନ୍ନାଥଙ୍କ ରୂପ ।

ଏକଥା ସେ ତାଙ୍କ ସ୍ୱାମୀ, ଯା ,ଦିଅର, ଶାଶୁଙ୍କୁ ଦେଖାଇବା ପରେ ଘରେ ଧାର୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ସମସ୍ତେ ଏକ ଥାଳିରେ ସେହି ପରଟାକୁ ରଖି ପୂଜାର୍ଚନା କରିଥିଲେ। ତାଙ୍କ ଶାଶୁ କାଞ୍ଚନ ମଲ୍ଲିକ କହିଛନ୍ତି ଆଜି ସକାଳୁ ସେ ଠାକୁରଙ୍କୁ ଡାକିଥିଲେ ଯେ ତାଙ୍କ ଗୋଡ ଭଲ କରି ଦିଅ। ସେ ତାଙ୍କୁ ଦେଖିବାକୁ ଯିବେ । କିନ୍ତୁ ଠାକୁର ଖୋଦ ତାଙ୍କ ଘରେ ଆର୍ବିଭାବ ହୋଇଗଲେ ଓ ଦର୍ଶନ ଦେଲେ । ତେବେ ଏହି ପରିବାର ଲୋକେ ପରଟାରେ ଠାକୁରଙ୍କ ରୁପକୁ ଲାମୀନେସନ କରି ଠାକୁର ଘରେ ରଖି ପୂଜା କରିବେ ବୋଲି କହିଛନ୍ତି। ସାହିପଡିଶା ମାନେ ଆସି ଏହି ରୁପକୁ ଦର୍ଶନ ମଧ୍ଯ କରୁଛନ୍ତି। ଏହି କଥା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।