ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ଶ୍ରୀଜୀଉ, ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟିବ ଓଦାବସ୍ତ୍ର

ପୁରୀ(କେନ୍ଯୁଜ୍): ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ଶ୍ରୀଜୀଉ । ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ସେବା। ଆଜି ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟା ନୀତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଫିଟିବ ଓଦାବସ୍ତ୍ର । ଗୋପନ ନୀତିର ଓଦାବସ୍ତ୍ର ଫିଟିବା ପରେ ଚକଟା ଭୋଗ, ପଣା ଭୋଗ ଲାଗି ପରେ ବେହରଣ ଦ୍ୱାର ଖୋଲିବ।

ଅଣସର ବାସରେ ଠାକୁରଙ୍କୁ ଧଳା ଫୁଲ ଲାଗି ହେବାର ପରମ୍ପରା ମଧ୍ୟ ଆରମ୍ଭ ହୋଇଛି। ଓଦାବସ୍ତ୍ର ଫିଟିବା ପରେ ଜୟବିଜୟ ଦ୍ୱାର ଖୋଲାଯାଇ ସନ୍ଧ୍ୟା ଧୂପ ଓ ବଡସିଂହାର ଭୋଗ ଲାଗି ହେବ। ଏହା ପରଦିନ ପ୍ରଭୁଙ୍କ ଗୋପନ ନୀତିରେ ଶ୍ରୀଅଙ୍ଗ ଫିଟାନୀତି ପାଳନ କରିବେ ଦଇତାପତି ସେବାୟତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.