ସୁସ୍ଥ ପରେ ଆଜି ଶ୍ରୀଜୀଉଙ୍କ ହେବ ଘଣାଲାଗି ନୀତି

ପୁରୀ (କେନ୍ୟୁଜ) : ଆଜି ଶ୍ରୀଜୀଉଙ୍କ ଅଣସର ତ୍ରୟୋଦଶୀରେ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଘଣାଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ଘଣା, ଖଳି ଓ ଖଡି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣାଲାଗି ପରେ ଖଳିଲାଗି ଓ ଖଡିଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳି ସହ ଖଳି ପ୍ରସାଦ ଅଣସର ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଏ । ଏହାସହ ଭୋଗ ମଣ୍ଡପ ସରିବା ପରେ ଦତ୍ତ ମହାପାତ୍ରଙ୍କ ଘରୁ ଖଡି ପ୍ରସାଦ ଘଣ୍ଟ ଓ କାହାଳି ସହ ମନ୍ଦିରକୁ ଆସିଥାଏ ।

ଆଜି ମଧ୍ୟ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ଲାଗି ହେବ । ପରେ ଶ୍ରୀଜୀଉଙ୍କୁ ବନକଲାଗି କରିବେ ଦତ୍ତମହାପାତ୍ର ସେବକ । ସେପଟେ ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି। ଗତକାଲି ଶ୍ରୀନଅରରେ ସେବାୟତଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି ଗଜପତି । ସ୍ନାନପୂର୍ଣ୍ଣିମାରେ ଗଜପତିଙ୍କ ପରିବର୍ତ୍ତେ ମୁଦିରସ୍ତ ସେବକ ସ୍ନାନମଣ୍ଡପରେ ଛେରାପହଁରା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.