ଭଦ୍ରକ: ଧୂମଧାମରେ ସରିଲା ଆଖଣ୍ଡଳମଣୀଙ୍କ ବିବାହ, ମା ପାର୍ବତୀଙ୍କ ସହ ପଡିଲା ହାତଗଣ୍ଠି

ବ୍ରାହ୍ମ ମୁହୂର୍ତ୍ତରେ ମହାଦେବଙ୍କ ସହ ପଡିଲା ମା ପାର୍ବତୀଙ୍କ ହାତଗଣ୍ଠି । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହେଲା ବାହାଘର । ହଜାର ହଜାର ଲୋକ ଉପସ୍ଥିତ ରହି ଦେବ ବିବାହ ଦେଖିଥିଲେ । ବିବାହ ପରେ ଦେବ ଦମ୍ପତିଙ୍କୁ ବର କର୍ତ୍ତା ନିଜ ଘରକୁ ପାଛୋଟି ନେଇଥିଲେ। ପରେ ଯୁଗଳ ଦର୍ଶନ କରିଥିଲେ ଭକ୍ତ ।

ଭଦ୍ରକ(କେନ୍ୟୁଜ୍): ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଧୂମଧାମରେ ସରିଲା ଦେବ ଦମ୍ପତିଙ୍କ ବିବାହ । ବ୍ରାହ୍ମ ମୁହୂର୍ତ୍ତରେ ମହାଦେବଙ୍କ ସହ ପଡିଲା ମା ପାର୍ବତୀଙ୍କ ହାତଗଣ୍ଠି । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହେଲା ବାହାଘର । ହଜାର ହଜାର ଲୋକ ଉପସ୍ଥିତ ରହି ଦେବ ବିବାହ ଦେଖିଥିଲେ । ବିବାହ ପରେ ଦେବ ଦମ୍ପତିଙ୍କୁ ବର କର୍ତ୍ତା ନିଜ ଘରକୁ ପାଛୋଟି ନେଇଥିଲେ। ପରେ ଯୁଗଳ ଦର୍ଶନ କରିଥିଲେ ଭକ୍ତ ।

ଗତକାଲି ଦିନ ତମାମ ରୀତନୀତି ସରିବା ପରେ ରାତି ୮ଟାରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା । ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ବରଯାତ୍ରୀଙ୍କୁ ଧରି ବିବାହ ମଣ୍ଡପରେ ପହଁଚିଥିଲେ ମହାଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.