IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ବିଷ ପିଇ ଆତ୍ମହତ୍ୟା କଲେ ମା ଓ ପୁଅ

ରାୟଗଡା(କେନ୍ୟୁଜ):  ବିଷ ପିଇ ମାଆ ପୁଅଙ୍କ ଆତ୍ମହତ୍ୟା । ରାୟଗଡ଼ା ଶେଷଖାଲ ଥାନା ଝିମିରିପେଟା ଗାଁରେ ମାଆ ପୁଅଙ୍କ ଆତ୍ମହତ୍ୟା । ମିଳିଥିବା ସୂଚନା ମୁତାବକ, IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ବିଷ ପିଇ ଉଭୟ ଆତ୍ମହତ୍ୟା କରିଛନ୍ତି । ତେବେ ଗତକାଲି ରାତିରେ ପୁଅ ଏବଂ ସକାଳେ ମାଆକୁ ମୃତ ଘୋଷଣା କରିଛନ୍ତି ଡାକ୍ତର।

ତେବେ ସୂଚନା ମିଳିଛି, ୩ ଦିନ ତଳେ ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ଆସିଥିଲେ । ସେମାନଙ୍କୁ ନାହିଁ ନଥିବା ଧମକ ଚମକ ଦେବା ସହିତ ଘରର ଆସବା ପତ୍ର ମଧ୍ୟ ନେଇଯାଇଥିଲେ ଏବଂ ସେମାନଙ୍କୁ ଦିର୍ଘ ୩ନି ଦିନ ଘରେ ତାଲା ପକାଇ ଦେଇଥିବାର ମଧ୍ୟ କହିଛନ୍ତି ସମ୍ପର୍କୀୟ। ଟଙ୍କା ହରାଇ ମାନସିକ ଭାରସାମ୍ଯ ହରାଇବା ପରେ ଉଭୟ ବିଷ ପିଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.