ଅଶାନ୍ତ ଷ୍ଟିଲ ସିଟି ରାଉରକେଲା, ଜମି ବିବାଦରୁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ରାଉରକେଲା(କେନ୍ୟୁଜ୍‌): ଏବେ ଅଶାନ୍ତ ହୋଇପଡ଼ିଛି ଷ୍ଟିଲ ସିଟି ରାଉରକେଲା । ଦିନକୁ ଦିନ ହିଂସା ବଢ଼ି ଚାଲିଛି,ପରିସ୍ଥିତି ଏମିତି ହେଇଛି କି ଆଉ ମୁହଁରେ କଥା ବାର୍ତ୍ତା ନାହିଁ ଏବେକଥା କହୁଛି ବନ୍ଧୁକ । ହଁ ଆଜ୍ଞା,ଆଜି ସକାଳୁ ଏମିତି ଏକ ଘଟଣା ଘଟିଛି ରାଉରକେଲାର ଝିରିପାଣି ଥାନା ଅନ୍ତର୍ଗତ ଝରିଆଟୋଲା ଗାଁରେ । ସେହି ଗାଁର ବାଞ୍ଛାନିଧି ତନ୍ତୀ ସକାଳୁ ସକାଳୁ ନଦୀରୁ ଶୌଚ ହୋଇ ଫେରିବା ବେଳେ ତାଙ୍କ ଉପରେ ଗୁଳି ମାଡ଼ ହୋଇଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ,ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଖବର ଅନୁସାରେ ଅନାବାଦୀ ଜମିର ଜବର ଦଖଲକୁ ନେଇ ଏମିତି ଅଭାବନୀୟ ଘଟଣା ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଜମି ବାଡ଼ି ବିବାଦରୁ ଗତକାଲି ବାଞ୍ଛାନିଧିଙ୍କ ମା’ଙ୍କୁ ଦୁଇ ଜଣ ଯୁବକ ଧକ୍କା ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.