ବ୍ରହ୍ମପୁର ବଡ଼ ମେଡିକାଲରୁ ଚୋରି ନବଜାତ ଶିଶୁକନ୍ୟା ଉଦ୍ଧାର

ବ୍ରହ୍ମପୁର (କେନ୍ଯୁଜ୍) :ବ୍ରହ୍ମପୁର ବଡ଼ ମେଡିକାଲରୁ ଚୋରି ନବଜାତ ଶିଶୁକନ୍ୟା ଉଦ୍ଧାର । କନିସି ଗାଁରୁ ଶିଶୁକୁ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ । ଉଦ୍ଧାର ପରେ ଶିଶୁ କନ୍ୟାକୁ ପରିବାର ଲୋକଙ୍କ ଜିମା ଦିଆଯାଇଛି । ଏହି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖି ପଚାରଉଚରା ଚାଲିଛି ।

new born

କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ରାମସା ନାରାୟଣପୁର ଗାଁର ଭିକାରି ନାହାକଙ୍କ ସ୍ତ୍ରୀ ଜ୍ୟୋତି ନାହାକ ବଡମେଡିକାଲରେ ଏକ କନ୍ୟାକୁ ଜନ୍ମ ଦେଇଥିଲେ । ଜ୍ୟୋତିଙ୍କ ମାଆ ଶିଶୁ କନ୍ୟାକୁ ଟିକା ଦେବା ପାଇଁ ଆଉଟଡୋରକୁ ନେଇଥିଲେ । ତାଙ୍କୁ କାଉଣ୍ଟରରୁ ଟିକେଟ ଆଣିବାକୁ ପଠାଇ ଜଣେ ଅଜଣା ମହିଳା ଶିଶୁ କନ୍ୟାକୁ ନେଇ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଆରମ୍ଭ ହୋଇଥିଲା ତଦନ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.