ବାଲେଶ୍ଵର : ବାଲେଶ୍ଵରରେ ଶୁଭିଲା ପ୍ରଚଣ୍ତ ଶବ୍ଦ । ଲଗାତାର ଦୁଇଥର ପ୍ରଚଣ୍ତ ଶବ୍ଦ ଶୁଣବାକୁ ମିଳିଲା । ପ୍ରଚଣ୍ତ ଶବ୍ଦ ଦ୍ଵାରା ଭୟଭୀତ ହୋଇଯାଇଛନ୍ତି ଲୋକେ । ଏହି ଶବ୍ଦ ଯୋଗୁଁ ଭଦ୍ରକ ଓ ବାଲେଶ୍ୱର ଅଂଚଳରେ ଝରକା କବାଟ ଥରିଥିବା ଦେଖିବାକୁ ମିଳିଛି । ଲୋକେ ଏକ ଅଜଣା ଭୟରେ ରହିଛନ୍ତି ।
ଶବ୍ଦ କେଉଁଠୁ ଆସିଲା ଓ କାହିଁକି ଏପରି ହେଲା ଲୋକେ ବୁଝି ପାରିନାହାଁନ୍ତି । ପ୍ରକାଶଯୋଗ୍ୟ, ଗତ ଜାନୁଆରୀ ୧୨ ତାରିଖରେ ମଧ୍ୟଏହିପରି ଏକ ପ୍ରଚଣ୍ଡ ଶବ୍ଦ ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଣିବାକୁ ମିଳିଥିଲା । ଲୋକେ ସେତେବଳେ ମଧ୍ୟ ଆତଙ୍କିତ ହୋଇଥିଲେ । ଏହି ଶବ୍ଦ ନେଇ ତଦନ୍ତ ଚାଲିଛି ।