ପ୍ରେମ ବ୍ୟାପାର ! ଗଛରୁ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉଦଳା : ଝୁଲି ପଡିଲେ ପିଜି ଛାତ୍ର । ଗଛରୁ ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ରେଖା ମଢ଼େଇ । ଉଦଳା ଥାନା ରାଇଦାଣ୍ଡିଆ ଗାଁରେ ଘଟିଛି ଏଭଳି ଘଟଣା। ରାଇଦାଣ୍ଡିଆ ଗାଁର ରେଖା ମଢେଇ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପିଜି କରୁଥିଲେ । ଗତ ମଙ୍ଗଳବାର ଦିନ ସେ ଘରକୁ ଆସିଥିଲେ। ଗତକାଲି ରାତିରେ ଖାଇ ଶୋଇଥିଲେ । ହେଲେ ଆଜି ସକାଳେ ବିଲ ଭିତରେ ଥିବା ଆମ୍ବ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।

ଏନେଇ ସ୍ଥାନୀୟ ଲୋକ ଉଦଳା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ ରେଖାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି କାରଣ ଅସ୍ପଷ୍ଟ ରହିଛି । ପ୍ରେମ ବ୍ୟାପାରରୁ ସେ ଜୀବନ ହାରିଥିବା ପୋଲିସ ସନ୍ଦେହ କରୁଛି ।

ଆହୁରି ପଢ଼ନ୍ତୁ :  ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୋଲିସର ତଦନ୍ତ ଜାରି, କ୍ୟାମ୍ପସରେ ରହିଛି ଶାନ୍ତିଶୃଙ୍ଖଳା