ସୁନ୍ଦରଗଡ଼ରେ ମାରିଦେଲେ ପ୍ରେମୀଯୁଗଳଙ୍କୁ, ପୋଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୁତ୍ରା ଥାନା ଅଂଚଳରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ପ୍ରେମକୁ ନେଇ ଘଟିଛି ଏପରି କାଣ୍ଡ । ତୁନୁମୁରା ପଞ୍ଚାୟତ କାଶିପଡ଼ାରେ ଘଟିଛି ଏମିତି ଭୟାନକ ଘଟଣା । ଡ୍ରାଇଭରର ଛୁରା ମାଡ଼ରେ ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟିଛି । ମୃତ ପ୍ରେମିକ ରାଜଗାଙ୍ଗପୁର ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା । ମୃତ ପ୍ରେମିକା କାଶିପଡ଼ା ଗ୍ରାମର ଲିପ୍ସା କେରକେଟା । ତିନି ତରଫା ପ୍ରେମକୁ ନେଇ ଏପରି ବିଭତ୍ସ କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପ୍ରେମୀଯୁଗଳଙ୍କୁ ମାରିବା ପରେ ଅଭିଯୁକ୍ତ ଡ୍ରାଇଭର ରାଜୁ ନାଗ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ କୁତ୍ରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।