ଗଜପତି : ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଲେ ପ୍ରେମୀ ଯୁଗଳ, ମୃତ୍ୟୁ ସନ୍ଦେହଜନକ

ଗଜପତି (କେନ୍ୟୁଜ୍‌) : ଗଜପତି ଜିଲ୍ଲାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ପ୍ରେମୀ ଯୁଗଳ ଦୁହେଁ ଏକ ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତ ଅବସ୍ଥାରେ ମିଳିଛନ୍ତି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ କାଣ୍ଟ୍ରାଗଡ଼ା ପଞ୍ଚାୟତ ଆରିବା ଗ୍ରାମରେ ଘଟିଯାଇଛି ଏପରି ଦୁଃଖଦ ଘଟଣା । ମୃତ ଯୁବକଙ୍କ ନାମ ଟାଲୁରୁ ଶ୍ରୀନୁ(୨୮) ଥିବା ବେଳେ ଯୁବତୀଙ୍କ ନାମ ଶିବାଲ ଡିଲେଶ୍ୱରୀ ବୋଲି ଜଣାପଡ଼ିଛି । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବାର ଶୁଣିବାକୁ ମିଳିଛି ।

shrinu

ତେବେ ଝିଅ ଘର ଲୋକେ ବିବାହ କରିବାକୁ ଯୋଜନା କରୁଥିବା ବେଳେ ଦୁଇଜଣଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ଉଭୟ ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡ଼ୁ ବୁଡ଼ୁ ମୃତ ଶରୀର ଏକ ଘରେ ପଡ଼ିରହିଛି । ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।