ପ୍ରେମରେ ଅନ୍ଧହୋଇ ହତ୍ୟାକାରୀ ସାଜିଲା ପ୍ରେମିକ !

ଭଦ୍ରକ : ଭଲ ପାଇବା ହେଉଛି ସାଶ୍ବତ । କିନ୍ତୁ କିଛି ବ୍ୟକ୍ତି ଏହାକୁ ବଦନାମ କରି ରଖିଦେଇଛନ୍ତି । ସେହିଭଳି ଏକ ଘଟଣା ଭଦ୍ରକ ଟାଉନ ଥାନା ଡଗରା ସାହିରେ ଘଟିଛି । ଭଲପାଇବାରେ ବାଧା ଆସିବାରୁ ହତ୍ୟାକାରୀ ସାଜିଛି ପ୍ରେମିକ। ପ୍ରେମିକାର ବାପାକୁ ହତ୍ୟା କରିବାକୁ ବି ପଛାଇଲା ନାହିଁ। ମୃତକ ହେଲେ ରମେଶ ଚୌଧୁରୀ।

ଅଭିଯୋଗ ଅନୁଯାୟୀ, ପ୍ରେମ ବିବାହରେ ବାଧା ଦେବାରୁ ଅଭିଯୁକ୍ତ ପ୍ରେମିକ ଲୋକେଶ ରାଉତ ରମେଶଙ୍କୁ ହତ୍ୟା କରିଛି। ଏହାପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.