ନବରଙ୍ଗପୁର : କାଜୁ ବଗିଚାରେ ବେକରେ ରସି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ନବରଙ୍ଗପୁର(କେନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗୁମିଦରା ଗାଁରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଗାଁରେ ଥିବା କାଜୁ ବଗିଚାରେ ବେକରେ ରସି ଲଗାଇ ଦୁହେଁ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ବନବାସୀ ଦଣ୍ଡସେନା ଓ ସ୍ୱାତି ଦଣ୍ଡସେନା । ପ୍ରେମ ଜନିତ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାଜୁ ଗଛରେ ଦୁଇ ଜଣଙ୍କ ମୃତଦେହ ଦେଖି ଗାଁ ଲେକେ ପୋଲିସକୁ ଖବର ଦେଇଥିଲେ ।