ଲଭ ଜିହାଦ ମାମଲା: ଓଡ଼ିଶା, ଜମ୍ମୁକାଶ୍ମୀର ଓ ଚଣ୍ଡିଗଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ବ୍ରହ୍ମପୁର(କେନ୍ଯୁଜ୍): ଲଭ ଜିହାଦ ମାମଲାରେ ଓଡ଼ିଶା, ଜମ୍ମୁକାଶ୍ମୀର ଓ ଚଣ୍ଡିଗଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଲଭ ଜିହାଦରେ ସେମାନଙ୍କ ଝିଅର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବ୍ରହ୍ମପୁରର ବାପା-ମା’ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଅଜୟ ରୀସ୍ତୋଗୀ ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ଆସନ୍ତା ୨୩ ତାରିଖ ସୁଦ୍ଧା କାଉଁଟର ଆଫିଡେଫିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ବ୍ରହ୍ମପୁରର ଜଣେ ଛାତ୍ରୀ ବି-ଫାର୍ମା ଫଢୁଥିବା ବେଳେ ଜମ୍ମୁକାଶ୍ମୀର ବାନ୍ଦିପୁରାର ଜଣେ ସହପାଠୀଙ୍କୁ ଭଲ ପାଇଥିଲେ । ଏହାପରେ ଲକ୍ଷ୍ନୌ ଓ ଚଣ୍ଡିଗଡରେ ଚାକିରୀ କରିବା ପରେ ଉଭୟ ବିବାହ କରିଥିଲେ । ଏହା ପରେ ଜମ୍ମୁକାଶ୍ମୀର ବାନ୍ଦିପୁରାରୁ ଉଭାନ ହୋଇଥିଲେ । ଝିଅ ବିଷୟରେ କୌଣସି ଖବର ନଥିବା ଆବେଦନକାରୀ ଦର୍ଶାଇଛନ୍ତି । ବିବାହ ପାଇଁ ଝିଅକୁ ବାଧ୍ୟ କରାଯାଇଥିବା ଯୁବତୀଙ୍କ ବାପା-ମା’ ଅଭିଯୋଗ କରିଛନ୍ତି । ଯୁବକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ହିନ୍ଦୁ ଝିଅଙ୍କ ସହ ଖେଳୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ଚଣ୍ଡିଗଡ ଯାଇ ଝିଅକୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଯୁବତୀଙ୍କ ବାପା-ମା’ କହିଛନ୍ତି । ଏପରିକି ନିଜ ସୁରକ୍ଷା ପାଇଁ ମୁସଲିମ ଯୁବକ ଓ ତାଙ୍କ ଝିଅ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଏହାପରେ ମାମଲା ପ୍ରତ୍ୟାହାର କରିବାପରେ ଉଭୟଙ୍କ ସଂପର୍କରେ ପର୍ତ୍ତା ମିଳିନଥିବା କୁହାଯାଇଛି । ଝିଅର ଫୋନ ବନ୍ଦ ଥିବାରୁ ଯୋଗାଯୋଗ କରିବା ସମ୍ଭବ ହେଉ ନାହିଁ । ଝିଅକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.