ରାଜଧାନୀରେ ଲଭ୍‌ ଜିହାଦ ଘଟଣା : ଗିରଫ ପରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ସମୀର ମନସୂର୍, ଓଗାଳିବ ସତ

ଭୁବନେଶ୍ୱର : ଲଭ୍ ଜିହାଦ ଅଭିଯୋଗରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ସମୀର ମନସୂର୍ । କିପରି ଯୁବତୀଙ୍କ ସହ ସମ୍ପର୍କ ରଖିଲା ଓ ଫସାଇଲା । ରିମାଣ୍ଡରେ ଆସି ଗୋଟି ଗୋଟି କରି ସତ ଉଗାରିବ । ତାର ଡାକ୍ତରୀ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ତାକୁ ମହିଳା ଥାନାରେ ରଖାଯାଇଛି । ଗତକାଲି ଗିରଫ ପରେ ଆଜି ଆଜି ସମୀରକୁ କୋର୍ଟ ଚାଲାଣ କରାଯିବ। ଦୁଇବର୍ଷ ତଳେ ଅନଲାଇନ୍ ଭିଡିଓ ଗେମ୍ ଫ୍ରି ଫାୟରରେ ଜମ୍ମୁ କାଶ୍ମୀରର ଯୁବକ ସମୀର ମନସୁର ସହ ତାଙ୍କର ସଂପର୍କ ଆରମ୍ଭ ହୋଇଥିଲା ।

ଗତ ମାର୍ଚ୍ଚ ମାସରେ ପୁରୀରେ ଦୁଇ ଜଣଙ୍କ ଦେଖା ହୋଇଥିଲା । ଦେଖା ହେବା ପରେ ସମୀର ଅନ୍ୟ ସଂପ୍ରଦାୟର ବୋଲି ଜାଣିବାକୁ ପାଇଥିଲେ ପୀଡ଼ିତା । ଜାଣିବା ପରେ ଆଉ ସଂପର୍କ ଆଉ ଆଗକୁ ବଢ଼ାଇବାକୁ ଚାହିଁ ନଥିଲେ। କିନ୍ତୁ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା ସମୀର । ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା । ଶାରୀରିକ ସଂପର୍କର ଭିଡିଓ ଭାଇରାଲ କରିବାର ଧମକ ଦେଇ ପୀଡ଼ିତା ଓ ତାଙ୍କ ବାପାଙ୍କୁ ବ୍ଳାକ ମେଲିଂ କରିଥିଲା । ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ହଡପ୍ କରିଛି । ଏବେ ଓଡ଼ିଶା ଆସି ବାହା ହେବାକୁ ପୁଣି ଜବରଦସ୍ତ କରିବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡ଼ିତା । ପୀଡ଼ିତାଙ୍କର ୧୬୧ଧାରାରେ ବୟାନ ରେକର୍ଡ ହୋଇଛି । କେବଳ ଜଣେ ଯୁବତୀ ନା ଆଉ କାହାକୁ ଫସାଇଛି ସେନେଇ ମଧ୍ୟ ଖୋଳତାଡ କରାଯିବ ।

You might also like