ଏୟାରପୋର୍ଟ ସାଧାରଣସଭାରେ ମୋଦିଙ୍କ ସମ୍ବୋଧନ, ଓଡ଼ିଶାବାସୀଙ୍କ ଭଲ ପାଇବା ମୋ ପାଇଁ ସ୍ମରଣୀୟ : ପ୍ରଧାନମନ୍ତ୍ରୀ
ଭୁବନେଶ୍ବର : ଭୁବନେଶ୍ବର ଏୟାରପୋର୍ଟ ସାଧାରଣସଭାରେ ମୋଦିଙ୍କ ସମ୍ବୋଧନ । ପ୍ରଥମେ ଓଡ଼ିଶାବାସୀଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। କହିଲେ ଓଡ଼ିଶାବାସୀଙ୍କ ଭଲ ପାଇବା ମୋ ପାଇଁ ସ୍ମରଣୀୟ । ଓଡ଼ିଶାବାସୀଙ୍କ ସହ ଭାବ ବିନିମୟରେ ଭାଷା ବାଧକ ହୋଇନି । ଓଡ଼ିଶାର ବିକାଶ ପାଇଁ ଲଗାତର କାମ କରି ଆସୁଛୁ । ଭାରତ ସରକାରରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ବଢ଼ିଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ବିକାଶ ପଥରେ ଆଗେଇ ଚାଲିବ ଓଡ଼ିଶା । ଓଡ଼ିଶାକୁ ନୂଆ ଉଦ୍ୟୋଗ ଆସିବାର ଭିତ୍ତିଭୂମି ପ୍ରସ୍ତୁତ ହେଉଛି । ଓଡ଼ିଶା ଯୁବ ସମାଜକୁ ରୋଜଗାର ମିଳିବ । ମହିଳାଙ୍କ ବିକାଶ ପାଇଁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ୧୩ ଆଦିବାସୀ ସମ୍ପ୍ରଦାୟକୁ ଜନଧନ ଯୋଜନାର ଲାଭ ମିଳୁଛି । ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା କଥା ବି କହିଲେ ପ୍ରଧାନମନ୍ତ୍ରୀ । ପ୍ରତି କ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ବିକାଶ ହୋଇଛି । ଭୁବନେଶ୍ବର ସଭାରେ ବିରୋଧୀଙ୍କୁ ବି ଟାର୍ଗେଟ କଲେ ମୋଦି । ରାଜନୀତିରେ ନୀତିଗତ ବିରୋଧ ସ୍ବାଭାବିକ । କ୍ଷମତା କାହାର ଜନ୍ମସିଦ୍ଧ ଅଧିକାର ନୁହେଁ । କ୍ଷମତାଲୋଭୀ ମାନେ ଜନସାଧାରଣଙ୍କୁ ଭ୍ରମିତ କରିଥାନ୍ତି । ଲୋକତନ୍ତ୍ର ସମ୍ମାନକୁ ନଷ୍ଟ କରାଯାଉଛି ।