ମା’ ମୋ ଜୀବନ ବରବାଦ ହୋଇଯାଇଛି, ମତେ ଭୁଲ ବୁଝିବନି : ଲଭ-ସେକ୍ସ-ଧୋକା ପରେ ହାତରେ ଏପରି ଲେଖି ଆତ୍ମହତ୍ୟା କଲା ପ୍ରେମିକା

ସୋର: ଲଭ ସେକ୍ସ ଧୋକା ପରେ ପ୍ରେମିକା ର ଆତ୍ମହତ୍ୟା । ଖଇରା ଥାନା ଜଳଦା ପଞ୍ଚାୟତ ତୁଟ ଗ୍ରାମରେ ଭରତ ଚନ୍ଦ୍ର ବେହେରାଙ୍କର ଝିଅ ସସ୍ମିତା ବେହେରା । କିଛି ବର୍ଷ ତଳେ ମାଖନପୁର ପଞ୍ଚାୟତ ଭାଟପଡ଼ା ଗ୍ରାମରେ ନିରଞ୍ଜନ ଶିଅଳଙ୍କର ପୁଅ ରତିକାନ୍ତ ଶିଅଳ, ସସ୍ମିତାକୁ ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂମ୍ପର୍କ ରଖିଥିଲେ । କିଛିଦିନ ଏଭଳି ଲୁଚକାଳି ପ୍ରେମ ପରେ, ସସ୍ମିତା ଯେତେବେଳେ ବିବାହ ପାଇଁ ରତିକାନ୍ତକୁ କହିଥିଲେ, ରତିକାନ୍ତ ମନା କରିବାରୁ ଭାରସାମ୍ୟ ହରାଇଥିଲା ସସ୍ମିତା ।

ବାପା ମା ଗ୍ରାମବାସୀ ଯେତେ ବୁଝାଇବା ପରେ ମଧ୍ୟ ସସ୍ମିତା ବୁଝି ନଥଲା । କାହିଁକି ନା ସସ୍ମିତା ସେତେବେଳେ ଜୀବନର ସବୁକିଛି ହରାଇ ସାରିଥିଲା । ଶେଷରେ ଆତ୍ମହତ୍ୟା ପରି ଏକ ନିଷ୍ଠୁର ପଦକ୍ଷେପକୁ ଆପଣାଇ ନେଇଥିଲା । ଗତକାଲି ବିଳମ୍ବିତ ରାତିରେ ଶୋଇବା ଘର ଫ୍ଯାନରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକ ସସ୍ମିତାର ବିବାହ ଅନ୍ୟ ଯାଗାରେ ଠିକ କରିସାରିଥିବାବେଳେ, ଏଭଳି ଘଟଣା ପରିବାର ଲୋକଙ୍କୁ ବ୍ୟତିଥ କରିଛି ।

ରତିକାନ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଝିଅର ଦାଦା କ୍ଷେତ୍ରବାସୀ ବେହେରା ଖଇରା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଖଇରା ଥାନାରେ ଏଏସଆଇ ଶ୍ୟାମ ସୁନ୍ଦର ବିନ୍ଧାଣି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସସ୍ମିତା ମୃତ୍ୟୁ ପୂର୍ବରୁ ଡ଼ଟରେ ନିଜ ହାତ ପାପୁଲିରେ ମା ମୋ ଜୀବନ ବରବାଦ ହେଇଯାଇଛି । ମୁଁ ବହୁତ ବଡ଼ ଠକାମୀର ଶିକାର ହୋଇଛି । ମତେ ଭୁଲ ବୁଝିବନି ବୋଲି ଲେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.