ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲେ ପ୍ରେମିକା: ଲଭ୍, ସେକ୍ସ ଓ ଧୋକାର ଆଉ ଏକ ନଗ୍ନ ଚିତ୍ର

ଜଳେଶ୍ବର: ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲିରେ ପହଁଚିଲା ପ୍ରେମିକା । ନିଜ ପ୍ରେମିକକୁ ଖୋଜିଖୋଜି ଦିଲ୍ଲୀ ରୁ ଓଡିଶା ପହଞ୍ଚିଲେ ପ୍ରେମିକା ଜଣକ, ଭଲପାଇ ବା ପରେ ଶାରିରୀକ ସମ୍ପର୍କ ରଖି ବିବାହ ର ପ୍ରତିଶୃତି ଦେଇ ଠକି ଦେଲା ପ୍ରେମିକ। ଦିଲ୍ଲୀରୁ ଓଡିଶା ଆସି ନ୍ୟାୟ ପାଇଁ ପ୍ରେମିକର ଘର ଆଗରେ ପ୍ରେମିକାର ଧରଣା। ଏଭଳି ଚର୍ଚ୍ଚିତ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ଗଡ଼ପଦା ପଂଚାୟତ ଓଡ଼ିଆ ଶାସନ ଗ୍ରାମରେ।

ଅଭିଯୋଗ ଅନୁଯାୟୀ ପ୍ରେମିକ ବିଶ୍ୱଜିତ ବିଶ୍ୱାଳଙ୍କ ଘର ରୁପ୍ସା ଥାନା ଅନ୍ତର୍ଗତ ଓଡ଼ିଆ ଶାସନରେ ହୋଇଥିବା ବେଳେ ପ୍ରେମିକା ରୋଜିନଙ୍କ ଘର ପଶ୍ଚିମବଙ୍ଗ ରାଜ୍ଯର ହୁଗୁଳି ଅଞ୍ଚଲର। ବିଶ୍ବଜିତ ହିନ୍ଦୁ ସମ୍ପ୍ରଦାୟ ର ହୋଇଥିବା ବେଳେ ରୋଜିନ ହେଉଛନ୍ତି ସଂଖ୍ଯାଲଘୁ ସମ୍ପ୍ରଦାୟର।ଉଭୟ ପ୍ରେମିକ ଏବଂ ପ୍ରେମିକା ରାଜଧାନୀ ଦିଲ୍ଲୀର ନୋଇଡା ଅଞ୍ଚଳର ଏକ କପଡା କମ୍ପାନୀର କାମ କରୁଥିଲେ। ଉଭୟେ ଦିଲ୍ଲୀରେ ରହିବା ସମୟରେ ପ୍ରେମ ସମର୍କ ଗଢି ଉଠିଥିଲା। ଏହାପରେ ପ୍ରେମିକ ଜଣକ ବିବାହର ପ୍ରତିଶୃତି ଦେଇ ଦୀର୍ଘ ଚାରି ବର୍ଷ କାଳ ଶାରୀରିକ ସମ୍ପର୍କ ମଧ୍ଯ ରଖି ଆସୁଥିଲେ। ତେବେ ପ୍ରେମିକ ବିଶ୍ବଜିତ ଏକ ଜରୁରୀ କାମ ଥିବା କହି ଘରକୁ ଆସି ଆଉ ଦିଲ୍ଲୀ ଫେରି ନଥିଲେ। ପ୍ରେମିକା ଜଣକ ଯେତେ ଫୋନ କଲେ ମଧ୍ଯ ବିଶ୍ବଜିତ ଫୋନ ଉଠାଇନଥିଲେ ।

dhokaଏହା ଭିତରେ ବିଶ୍ବଜିତଙ୍କ ଘରେ ତାଙ୍କର ବାହାଘର ଅନ୍ଯତ୍ର ଠିକ କରିଦେଇଥିଲେ। ତେବେ କୌଣସି ସୂତ୍ର ରୁ ବିଶ୍ୱଜିତଙ୍କ ବିବାହ ହେଉଥିବା ଖବର ପାଇ ଯୁବତୀ ଜଣକ ଦିଲ୍ଲୀରୁ ବାଲେଶ୍ଵର ପହଞ୍ଚି ରୁପ୍ସା ଥାନା ଅନ୍ତର୍ଗତ ଓଡିଆ ଶାସନ ଗ୍ରାମରେ ଥିବା ପ୍ରେମିକଙ୍କ ଘର ପହଞ୍ଚିଛନ୍ତି । ବିଶ୍ବଜିତଙ୍କ ଘରେ ବିବାହ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ଯ ଶେଷ ହୋଇଯାଇଥିଲା। ତେବେ ଯୁବତୀ ଜଣକ ବିଶ୍ବଜିତକୁ ଭଲପାଇଥିବା ସହ ସମସ୍ତ କଥା ପରିବାରବର୍ଗଙ୍କୁ ଜଣାଇଲା ପରେ ଯୁବତୀଙ୍କ କୌଣସି କଥାକୁ ପୁଅ ଘର ଶୁଣି ନଥିଲେ କି ବିଶ୍ୱାସ ମଧ୍ଯ କରିନଥିଲେ।

ତେବେ ନ୍ଯାୟ ପାଇବା ପାଇଁ ଯୁବତୀ ଜଣକ ପ୍ରେମିକ ଘର ଆଗରେ ଧାରଣା ଦେବା ସହିତ ରୁପ୍ସା ଥାନାରେ ଦ୍ୱାରସ୍ଥ ମଧ୍ଯ ହୋଇଥିଲେ । ରୁପ୍ସା ପୋଲିସ ଓ ସ୍ଥାନୀୟ ସରପଞ୍ଚ ଯୁବକଙ୍କ ଘରକୁ ଯାଇ ବୁଝାସୁଝା କରିଥିଲେ ବି ତାହା ବିଫଳ ହୋଇଥିଲା। ତେବେ ଏହି ଘଟଣା ପରେ ବିବାହ ସ୍ଥଗିତ ରହିଥିବାବେଳେ, ପ୍ରେମିକ ବିଶ୍ୱଜିତ ଫେରାର ହୋଇଯାଇଛି । ଅନ୍ୟ ପକ୍ଷରେ ପ୍ରେମିକା ରୋଜିନା ନ୍ୟାୟ ଦାବି କରି ବସ୍ତା ଏସଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.