କେନ୍ଦୁଝର: ପ୍ରେମିକାକୁ ୭ ମାସର ଗର୍ଭବତୀ କରି ପ୍ରେମିକ ଫେରାର୍
କେନ୍ଦୁଝର(କେନ୍ଯୁଜ୍): ପ୍ରେମିକାକୁ ୭ ମାସର ଗର୍ଭବତୀ କରି ପ୍ରେମିକ ଫେରାର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ପୀଡିତାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଛି। ଯୁବକ ଜଣକ ବିବାହର ପ୍ରତିଶ୍ରୁତି ଦେଇ ପୀଡିତାଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲା। ଏବେ ପୀଡିତା ଜଣକ ଗର୍ଭବତୀ ଅଛନ୍ତି। ଯୁବକ ଜଣକ ଫେରାର ହୋଇଯାଇଛି। ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା ପରେ ତଦନ୍ତ ଜାରି ରଖିଛନ୍ତି।