ଦାରିଙ୍ଗିବାଡ଼ି: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଦେଲେ ମେଡିକାଲ ବିପିଏମ୍‌, ଠକାମୀର ଶିକାର ହୋଇଛନ୍ତି ଜଣେ ଆୟୁଷ ଡାକ୍ତରାଣୀ

ଦାରିଙ୍ଗିବାଡ଼ି(କେନ୍ୟୁଜ୍): ଲଭ୍‌, ସେକ୍ସ ଓ ଧୋକା। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା। ଠକାମୀର ଶିକାର ହୋଇଛନ୍ତି ଜଣେ ଆୟୁଷ ଡାକ୍ତରାଣୀ। ଏନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନାରେ ସେ ଏତଲା ଦେଇଛନ୍ତି। ଅଭିଯୋଗ କରିଛନ୍ତି, ମେଡିକାଲର ବିପିଏମ୍‌ ଅମୂଲ୍ୟ ପାଣିଗ୍ରାହୀ ତାଙ୍କୁ ପ୍ରେମ କରୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ହେବ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।

dhoka କିନ୍ତୁ ବର୍ତ୍ତମାନ ବାହା ହେବାକୁ ମନା କରି ଦେଉଛନ୍ତି। ଭିନ୍ନ ଜାତିର ହୋଇଥିବାରୁ ବିବାହ ପାଇଁ ମନା କରୁଛନ୍ତି ଅମୂଲ୍ୟ। ବିବାହ ପାଇଁ ବାଧ୍ୟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଡାକ୍ତରାଣୀ। ଅଭିଯୋଗ ପରେ ତଦନ୍ତ କରୁଛି ଦାରିଙ୍ଗିବାଡ଼ି ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.