ପୁଣି ଲଭ୍‌, ସେକ୍ସ ଓ ଧୋକା: ଗର୍ଭବତୀ ଥିବା ପ୍ରେମିକାକୁ ଛାଡି ରସିକିଆ ପ୍ରେମିକ ଫେରାର୍

ଯାଜପୁର ଟାଉନ: ପୁଣି ଲଭ୍‌, ସେକ୍ସ ଓ ଧୋକାକୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ପ୍ରଥମେ ଭଲପାଇବା, ତାପରେ ବିବାହର ପ୍ରତିଶ୍ରୁତି ଆଉ ତାପରେ ଶାରୀରିକ ସମ୍ପର୍କ। ପୁଣି ଏଭଳି ଏକ କରୁଣ କାହାଣୀ ଆସିଛି ଯାଜପୁର ଜିଲା ବିଂଝାରପୁର ଥାନା ଅଳକୁଣ୍ଡ ଅଂଚଳୁ। ଏହି ଅଞ୍ଚଳର ଜନୈକ ଯୁବତୀଙ୍କ ସହିତ ଜଣେ ଯୁବକଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା। ଦୀର୍ଘ ୯ ବର୍ଷ କାଳ ଭଲପାଇବା ସହ ଶରୀରିକ ସମ୍ପର୍କ ରଖିଥିଲା ପ୍ରେମିକ ଜଣଙ୍କ। ଯେତେବେଳେ ଯୁବତୀ ଜଣଙ୍କ ଗର୍ଭବତୀ ଥିବା ଜାଣିଲା ପରେ ଏବେ ଫେରାର ହୋଇଯାଇଛି ରସିକିଆ ପ୍ରେମିକ।

ଅନ୍ଯପଟେ ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଝିଅକୁ ନ୍ୟାୟ ଦେବାକୁ ଗୁହାରୀ କରିବା ସହୀତ ତୁରନ୍ତ ଅଭିଯୁକ୍ତ ପ୍ରେମିକକୁ ଗିରଫ ପାଇଁ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.