ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଏବେ ଶିଶୁ କନ୍ୟା ଖୋଜୁଛି ନିଜ ବାପାର ପରିଚୟ

କଳାହାଣ୍ଡି : ଶିଶୁ କନ୍ୟା ଖୋଜୁଛି ନିଜ ବାପାର ପରିଚୟ । ତେଣେ ମା ଥାନାର ଦ୍ୱାରସ୍ଥ । ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ । ଅବିବାହିତା ଗର୍ଭବତୀ ହୋଇ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ପ୍ରେମିକ ଶିଶୁ କନ୍ୟାକୁ ବାପାର ପରିଚୟ ଦେବାକୁ ମନା କରୁଛି । ଏନେଇ ଅବିବାହିତା ମା ଶିଶୁକୁ ବାପାର ପରିଚୟ ଦେବାକୁ ଆଇନର ଦ୍ୱାରସ୍ଥ ହୋଇଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ଜଣେ ଗରୀବ ନିରୀହ ଆଦିବାସୀ ଯୁବତୀ । ପରିବାର କହିଲେ ସେ ନିଜେ ଓ ରୋଗଶଯ୍ୟାରେ ଥିବା ତାଙ୍କ ବାପା । ଥୁଆମୂଳ ରାମପୁର ଯାକେଶପଦ ର ରାବିତ ନାଏକ ନାମକ ଯୁବକ ଗତ ୩ ବର୍ଷ ହେଲା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ଗର୍ଭବତୀ ହେବା ପରେ କୌଣସି ଯୋଗାଯୋଗ କରିନଥିଲେ । ଏପରିକି ଯୁବତୀଙ୍କୁ ଜୀବନରେ ମାରିଦେବାକୁ ସେ ଧମକ ମଧ୍ୟ ଦେଉଛନ୍ତି । ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯୁବତୀଙ୍କୁ ନ୍ୟାୟ ଦେବା ସହ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.